ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ମୁତୟନ ଥିଲା ଆଣ୍ଟି ଡ୍ରୋନ ସିଷ୍ଟମ, ଜାଣନ୍ତୁ ଏହାର ବିଶେଷତ୍ଵ

Published By : Prameya-News7 Bureau | August 15, 2020 IST

ନୂଆଦିଲ୍ଲୀ ୧୫।୦୮: ଦେଶ ଆଜି ୭୪ତମ ସ୍ଵାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ସମ୍ବୋଧିତ କରିଛନ୍ତି। ଏହି ସମାରୋହର ଆୟୋଜନ ସମୟରେ ପ୍ରତି ଥର କଡା ସୁରକ୍ଷା ବ୍ୟବସ୍ଥା କରାଯାଏ। ଲାଲକିଲ୍ଲା ସହ ପୂରା ଦିଲ୍ଲୀ ସୁରକ୍ଷା ବଳ ଭିତରେ ରହିଥାଏ। ଲାଲକିଲ୍ଲାକୁ ସ୍ଵତନ୍ତ୍ର ସୁରକ୍ଷା ଘେର ମଧ୍ୟରେ ରଖାଯାଏ। ଏଥର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏକ ଖାସ୍ ଆଣ୍ଟି ଡ୍ରୋନ ସିଷ୍ଟମକୁ ଲାଲକିଲ୍ଲାରେ ମୁତୟନ କରାଯାଇଥିଲା। ଏହା ଏମିତି ଏକ ଡ୍ରୋନ ଯାହା ଅଢେଇ କିଲୋମିଟର ପର୍ଯ୍ୟନ୍ତ ନିଶାଣକୁ ଲକ୍ଷ୍ୟଭେଦ କରିପାରେ। ଏହି ଖାସ୍ ଡ୍ରୋନକୁ ବିକଶିତ କରିଛି ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ)।

wp:html /wp:html

ଏହାର ବିଶେଷତ୍ଵ କଣ ?

ଏହା ଛୋଟରୁ ଛୋଟ ଡ୍ରୋନକୁ ତିନି କିଲୋମିଟର ପରିଧିରେ ଆସିବାକୁ ରୋକି ଥାଏ।

ଜାମିଙ୍ଗ ମାଧ୍ୟମରୁ କିମ୍ବା ଲେଜର ଆଧାରିତ ଡାଇରେକ୍ଟଟେଡ୍ ଏନର୍ଜି ଓ୍ଵିପନରୁ ଡ୍ରୋନର ଇଲେକ୍ଟ୍ରୋନିକ୍ସକୁ ଆସିବାରେ ରୋକିଥାଏ।

ଲେଜର ହତିଆରର ଓ୍ଵାଟ୍‌ କ୍ଷମତାରେ ତିନି କିଲୋମିଟର ଦୂର ପର୍ଯ୍ୟନ୍ତ ମାଇକ୍ରୋ ଡ୍ରୋନର ସନ୍ଧାନ କରିପାରେ।

ଏହି ଆଣ୍ଟି ଡ୍ରୋନ ଏକରୁ ଅଢେଇ କିଲୋମିଟର ପରିଧିରେ ଲେଜର ସାହାଯ୍ୟରେ ଯେ କୌଣସି ଲକ୍ଷ୍ୟକୁ ଭେଦ  କରିବାର କ୍ଷମତା ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.