Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

‘ଆଶ୍ରା’ ଫାଉଣ୍ଡେସନ ତରଫରୁ ରାଜାରାଣୀ ବସ୍ତିରେ ପୁଷ୍ଟିକର ଖାଦ୍ୟ ବଣ୍ଟନ ଓ ଚିତ୍ରାଙ୍କନ ପ୍ରତିଯୋଗିତା

5/03/2023 at 10:03 PM

ଭୁବନେଶ୍ଵର, ୦୫/୦୩: ରାଜଧାନୀ ଭୁବନେଶ୍ଵର ଏବେ ଅନେକ ଦିଗରେ ସଫଳତାର ଶିଖର ଛୁଇଁଛି। କିନ୍ତୁ ଗ୍ୟାରେଜ ଛକ ନିକଟସ୍ଥ ରାଜାରାଣୀ ବସ୍ତି ବିଭିନ୍ନ ସୁବିଧା ସୁଯୋଗର ଆଢ଼ୁଆଳରେ ରହିଛି। ତେଣୁ ଆଶ୍ରା ଫାଉଣ୍ଡେସନ ଓଡ଼ିଶା ଏଠାକାର ପିଲାମାନଙ୍କୁ ନେଇ ଦେଖିଛି ବିକାଶର ସ୍ବପ୍ନ। ଶିକ୍ଷା, ସ୍ଵାସ୍ଥ୍ୟ ଇତ୍ୟାଦିକୁ ନଜରରେ ରଖି ପିଲାମାନଙ୍କୁ ଖାଦ୍ୟ ବଣ୍ଟନ କରୁଛି ଆଶ୍ରା ଫାଉଣ୍ଡେସନ ଓଡ଼ିଶା। ସ୍ବାସ୍ଥ୍ୟରେ ସୁଧାର ପାଇଁ ଆଜି ବିଭିନ୍ନ ପୁଷ୍ଟିକର ଖାଦ୍ୟ ବଣ୍ଟନ କରିଛନ୍ତି ଆଶ୍ରା ଫାଉଣ୍ଡେସନ ଓଡ଼ିଶାର କର୍ମକର୍ତ୍ତା। ସଂସ୍ଥାର ୭୩ତମ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ନ୍ୟୁଟ୍ରିସନ ଯୁକ୍ତ ଛତୁଆ, ବିସ୍କୁଟ, କେକ୍ ସହିତ ଫଳ ବଣ୍ଟନ କରାଯାଇଛି।

ସେହିପରି ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ମଧ୍ୟ ଧ୍ୟାନ ଦେଇଛି ‘ଆଶ୍ରା’। ପିଲାମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଆଶ୍ରା ଫାଉଣ୍ଡେସନ ଓଡ଼ିଶା ଏବଂ ୟୁନିକ ଆର୍ଟ ଆଣ୍ଡ କ୍ରାଫ୍ଟ ତରଫରୁ ହୋଇଥିଲା ଏକ ସୁନ୍ଦର ପ୍ରଚେଷ୍ଟା। ବସ୍ତିର ପିଲାମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ୩୫ ଜଣ ପିଲା ଭାଗ ନେଇଥିବା ବେଳେ ୩ ଜଣଙ୍କୁ ପୁରସ୍କୃତ କରାଯାଇଛି। ତୃତୀୟ ଶ୍ରେଣୀର ଛାତ୍ରୀ ପୁଷ୍ପାଞ୍ଜଳି ପାତ୍ର ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସ୍ବାଧୀନ ପ୍ରଧାନ ଦ୍ଵିତୀୟ ଏବଂ ସାନି ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଭାରତୀୟ ସେନା କର୍ଣ୍ଣେଲ ତଥା ସୋସିଆଲ ଆକ୍ଟିଭିଷ୍ଟ ଦେବଦତ୍ତ ସ୍ଵାଇଁ କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରିଥିଲେ।

   Related Posts