LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସୂର୍ଯ୍ୟକୁମାର ଯାଦବଙ୍କ ସମର୍ଥନରେ କୋଚ୍‌ ଦ୍ରାବିଡ୍‌, କହିଲେ- ସେ ଏବେ ଦିନିକିଆ ଖେଳ ଶିଖୁଛନ୍ତି…

22/03/2023 at 11:28 AM

ମୁମ୍ବାଇ ୨୨।୦୩ : ଦିନିକିଆରେ ଲଗାତର ଫ୍ଲପ୍‌ ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଏବେ ଯାଏଁ ନିଜର ଖାତା ଖୋଲିପାରିନାହାନ୍ତି ସୂର୍ଯ୍ୟକୁମାର । ଏଭଳି ସମୟରେ କୋଚ ରାହୁଲ ଦ୍ରାବିଡ୍‌ ସୂର୍ଯ୍ୟକୁମାର ଯାଦବଙ୍କ ସମର୍ଥନରେ ବାହାରିଛନ୍ତି ।

ସେ କହିଛନ୍ତି ଯେ, ସୂର୍ଯ୍ୟକୁମାର ଯାଦବ ଏବେ ୫୦ ଓଭର ଖେଳ ଶିଖୁଛନ୍ତି । ତାଙ୍କ ବିଷୟରେ ଆମେ ଅଧିକ ଚିନ୍ତିତ ହେଉନାହୁଁ । ବୋଲରଙ୍କ ଭଲ ବଲ୍‌ ସେ ଆଉଟ୍‌ ହୋଇଛନ୍ତି । ଟି-୨୦ରେ ସେ ଜଣେ ଭିନ୍ନ ଖେଳାଳି । ୧୦ ବର୍ଷ ଧରି ଟି-୨୦ (ଆଇପିଏଲ୍‌) ଖେଳି ଆସୁଛନ୍ତି । ଟି-୨୦ କ୍ରିକେଟ୍‌ରେ ପ୍ରେସର ସମୟରେ ସୂର୍ଯ୍ୟକୁମାର ଯାଦବ ଭଲ ଖେଳିଥାନ୍ତି । ସେ ଟି-୨୦ କ୍ରିକେଟ୍‌ ଖେଳୁଥିଲେ ବି ଦିନିକିଆରେ ତାଙ୍କୁ ସମୟ ଲାଗିବ । ତାଙ୍କୁ ଆଉ କିଛି ସମୟରେ ଦେବାକୁ ପଡିବ । ଭବିଷ୍ୟତରେ ସୂର୍ଯ୍ୟକୁମାର ଯାଦବ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବେ ।

ସୂଚନାଯୋଗ୍ୟ ଯେ,  ବୁଧବାର ଦିନ ଚେନ୍ନାଇର ଚିଦାମ୍ବରମ୍‌ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ । ଶେଷ ମ୍ୟାଚ୍‌କୁ ଜିତି ଉଭୟ ଦଳ ସିରିଜ୍ କବଜା ଲକ୍ଷ୍ୟରେ ରହିଛନ୍ତି । ଟିମ୍ ଇଣ୍ଡିଆରେ ଗତ ୪ ବର୍ଷ ହେଲା ଚେନ୍ନାଇରେ କୌଣସି ମ୍ୟାଚ୍ ହାରିନଥିବାରୁ ଆଜିର ମ୍ୟାଚ୍ ରୋମାଞ୍ଚକର ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି ।

ସମ୍ଭାବ୍ୟ ଦଳ

ଭାରତ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର/ ସର୍ଦୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି ।

ଅଷ୍ଟ୍ରେଲିଆ : ଟ୍ରେଭିସ ହେଡ୍‌, ମିଚେଲ ମାର୍ଶ, ଷ୍ଟିଭେନ ସ୍ମିଥ୍‌(ଅଧିନାୟକ), ମାର୍ନସ ଲାବୁସାନ, ଆଲେକ୍ସ କ୍ୟାରୀ, କାମେରନ ଗ୍ରୀନ, ଗ୍ଲେନ ମ୍ୟାକ୍ସୱେଲ୍‌, ମାର୍କସ ଷ୍ଟଇନିସ, ସିନ ଆବୋଟ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା ।

   Related Posts