ମୋ ମାଆ ବିଷୟରେ ଜାଣିଲେ, ସମସ୍ତେ ତାଙ୍କୁ ସମର୍ଥନ କରିବେ: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କ ଝିଅ
23/06/2022 at 10:53 PM

କୋଲକାତା: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି। ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ପ୍ରଥମ ଆଦିବାସୀ ମହିଳା ହେବେ ଯିଏ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିବେ। ଏବେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଲୋକେ ଅଧିକ ଜାଣିବାକୁ ଚେଷ୍ଟା କରୁଛନ୍ତି। ତାଙ୍କର ବ୍ୟକ୍ତିତ୍ଵ କେମିତି, ତାଙ୍କ କ୍ୟାରିୟର ଏବଂ ଜୀବନ ଯାତ୍ରା ବିଷୟରେ ଜାଣିବା ପାଇଁ ଲୋକେ ରୁଚି ପ୍ରକାଶ କରୁଛନ୍ତି।
ଦ୍ରୌପଦୀ ମୁର୍ମୁ ନିଜ ଝିଅ ଇତିଶ୍ରୀ ଏବଂ ଭାଇଙ୍କ ସହ ରହନ୍ତି। ଇଣ୍ଡିଆ ଟୁଡେ ସହ ସାକ୍ଷାତକାର ସମୟରେ ତାଙ୍କ ଝିଅ କହିଛନ୍ତି, ପିଲାଟି ବେଳରୁ ମା ବହୁତ ଷ୍ଟ୍ରିକ୍ଟ। ମୁଁ ଯେଉଁ ସ୍କୁଲରେ ପଢୁଥିଲି, ମା ସେଠାରେ ଶିକ୍ଷୟତ୍ରୀ ଥିଲେ। ଏମିତିରେ ମୋ ଉପରେ ସର୍ବଦା ଅତିରିକ୍ତ ଚାପ ରହୁଥିଲା। ମୋ ସାଙ୍ଗମାନେ ବହୁତ ରାଗି ଯାଉଥିଲେ ଯେତେବେଳେ ମାଆ ଅଚାନକ ପରୀକ୍ଷା କରାଉଥିଲେ।
ଏମିତିରେ ଦ୍ରୌପଦୀ ମୁର୍ମୁଙ୍କ ଝିଅ ଇତିଶ୍ରୀଙ୍କୁ ବହୁତ ଭରସା ଯେ, ମାଆଙ୍କୁ ସମସ୍ତ ରାଜନୈତିକ ଦଳ ସମର୍ଥନ କରିବେ। ତାଙ୍କ ମତରେ ଯଦି ମାଆଙ୍କ ବ୍ୟକ୍ତିତ୍ଵକୁ ଠିକ୍ ଭାବରେ ଲୋକେ ବୁଝିବେ ତେବେ ସମସ୍ତେ ତାଙ୍କୁ ସମର୍ଥନ କରିବେ। ପ୍ରତିଟି ଲୋକଙ୍କୁ ମୋ ମାଆଙ୍କୁ ବୁଝିବା ପାଇଁ ଚେଷ୍ଟା କରିବା ଉଚିତ୍। ସେ କଣ ଚିନ୍ତା କରନ୍ତି ଏବଂ କଣ ମାନନ୍ତି। ଯେତେବେଳେ ସବୁ କିଛି ଜାଣି ନେବେ ନିଶ୍ଚୟ ମୋ ମାଆଙ୍କୁ ସମସ୍ତେ ସମର୍ଥନ କରିବେ ବୋଲି ଝିଅ ଇତିଶ୍ରୀ କହିଛନ୍ତି।
କଣ କଂଗ୍ରେସ ଏବଂ ଟିଏମସି ପରି ମହିଳା ନେତୃତ୍ଵାଧୀନ ପାର୍ଟିକୁ ମହିଳା ହୋଇଥିବା କାରଣରୁ ତାଙ୍କ ମାଆକୁ ସମର୍ଥନ କରିବା ଉଚିତ୍ କି ନାହିଁ। ଏହି ପ୍ରଶ୍ନର ଉତ୍ତରରେ ଇତିଶ୍ରୀ କହିଛନ୍ତି, ସମସ୍ତ ବିରୋଧୀ ଦଳଗୁଡିକୁ ଏହା ଜାଣିବାକୁ ଚେଷ୍ଟା କରିବା ଉଚିତ୍ ଯେ, ତାଙ୍କ ମାଆ କେଉଁ ପ୍ରକାରର ମଣିଷ।ସେ କହିଛନ୍ତି ସମସ୍ତ ପାର୍ଟି ସେ ବିରୋଧୀ ହୁଅନ୍ତୁନା କାହିଁକି ମୋ ମାଆଙ୍କ ବିଷୟରେ ଜାଣିବା ଉଚିତ୍। ସେ କେମିତି କା ମଣିଷ ଏବଂ କାହା ଉପରେ ବିଶ୍ଵାସ କରନ୍ତି। ମୋର ବିଶ୍ଵାସ ଯେ, ଯଦି ସେମାନେ ଜାଣି ନିଅନ୍ତି ତେବେ ମୋ ମାଆକୁ ସମର୍ଥନ କରିବେ।
ଇତିଶ୍ରୀ ନିଜ ଇଚ୍ଛା ବ୍ୟକ୍ତ କରି କହିଛନ୍ତି, ମାଆ ରାଷ୍ଟ୍ରପତି ହେବା ପରେ ବି ତାଙ୍କ ସହ ରହିବାକୁ ପସନ୍ଦ କରିବେ। ମୁଁ ନିଜ ଦୁଇ ଝିଅଙ୍କ ସହିତ ମାଆଙ୍କ ସହିବାକୁ ଚାହିଁବି, ସେ ଦେଶର ରାଷ୍ଟ୍ରପତି ହୁଅନ୍ତୁ ନା କାହିଁକି।