ଓଡ଼ିଶାରେ NDA ରାଷ୍ଟ୍ରପତି ପ୍ରାର୍ଥୀ: ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଦ୍ରୌପଦୀ ମୁର୍ମୁ

Published By : Prameya-News7 Bureau | July 08, 2022 IST

ଭୁବନେଶ୍ୱର ୦୮/୦୭: ଜନ୍ମମାଟି ଓଡ଼ିଶାରୁ ସମର୍ଥନ ମାଗିବା ପାଇଁ ଭୁବନେଶ୍ୱରରେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଏହାପରେ ସେ ରାଜ୍ୟ ଅତିଥୀ ଭବନରେ ପହଞ୍ଚିଥିଲେ ।

ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବେ । ଏହାପରେ ସେ ପୃଥକ୍‌ ଭାବେ ଭେଟିବେ ବିଜେଡି ଓ ବିଜେପିର ବିଧାୟକ ଏବଂ ସାଂସଦଙ୍କୁ ଭେଟିବେ । ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବାକୁ ଅନୁରୋଧ କରିବେ ।

ଦେଶର ସର୍ବୋଚ୍ଚ ପଦବୀରେ ବସିବାକୁ ଯାଉଥିବା ଓଡ଼ିଶା ମାଟିର ଝିଅଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଶ୍ରୀମତୀ ମୁର୍ମୁଙ୍କୁ ସ୍ୱାଗତ ପାଇଁ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ, ବାଦ୍ୟରେ କମ୍ପିଥିଲା ବିମାନବନ୍ଦର ଅଞ୍ଚଳ । ଶ୍ରୀମତୀ ମୁର୍ମୁ ସଭିଙ୍କ ସହଯୋଗ ପାଇଁ ଅନୁରୋଧ କରିବେ । ନବୀନ ମଧ୍ୟ ତାଙ୍କ ପାଇଁ ସମର୍ଥନ ମାଗିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.