ଓଡ଼ିଶା ଆସିବେ NDA ରାଷ୍ଟ୍ରପତି ପ୍ରାର୍ଥୀ, ବିଧାୟକ ଓ ସାଂସଦଙ୍କୁ ଭୋଟ ଭିକ୍ଷା କରିବେ ଦ୍ରୌପଦୀ ମୁର୍ମୁ

Published By : Prameya-News7 Bureau | July 05, 2022 IST

ଭୁବନେଶ୍ୱର ୦୫/୦୭: ଓଡ଼ିଶା ଆସୁଛନ୍ତି NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଆସନ୍ତା ୮ରେ ଓଡିଶା ଆସିବେ ଦ୍ରୌପଦୀ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡ଼ିଶାର ବିଧାୟକ ଓ ସାଂସଦଙ୍କୁ ଭେଟି ଭୋଟ ଭିକ୍ଷା କରିବେ ଦ୍ରୌପଦୀ । ପ୍ରଥମେ ବିହାର, ଝାରଖଣ୍ଡ, ତାମିଲନାଡୁ ଓ ତେଲେଙ୍ଗାନା ପରେ ଓଡ଼ିଶା ଆସିବେ ମୁର୍ମୁ । ଏହାପରେ ଆନ୍ଧ୍ର ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟ ଯିବେ ଦ୍ରୌପଦୀ । ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ସୂଚନା ଥାଉକି, ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀଙ୍କ ନାମ ଚୟନ କରିଛି । ରାଇସିନା ହିଲ୍‌ ଦୌଡ଼ରେ ବିଜୟୀ ହେଲେ, ଦ୍ରୌପଦୀ ହେବେ ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତି । ଦ୍ରୌପଦୀଙ୍କ ପୂର୍ବରୁ ଅନେକ ଅଗ୍ନିବର୍ଷୀ ମହିଳା ଓଡ଼ିଶା ରାଜନୀତିରେ ପ୍ରଥମ ଥର ଏଣ୍ଟ୍ରି କରି ଓଡ଼ିଆଙ୍କୁ ଗୌରବାନ୍ୱିତ କରିଛନ୍ତି ।

ସ୍ୱାଧୀନତା ପୂର୍ବରୁ ଓ ସ୍ୱାଧୀନୋତ୍ତର ଓଡ଼ିଶା ରାଜନୀତିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ମଣ୍ଡନ କରି ଏମାନେ କେବଳ ଓଡ଼ିଶାର ନାରୀ ଜାତି ପାଇଁ ଉଦାହରଣ ପାଲଟିଛନ୍ତି ତାହା ନୁହେଁ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶାକୁ ଶିଖରକୁ ନେଇଛନ୍ତି ।ତେବେ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ଓଡ଼ିଶା ପ୍ରଦେଶ କଂଗ୍ରେସ ମନା କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.