ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ତାଇଓ୍ଵାନ ବିରୋଧରେ ଯୁଦ୍ଧ କରିବାକୁ ଯାଉଛି ଡ୍ରାଗନ ? ମୁତୟନ କଲା ୧୦୦ରୁ ଅଧିକ ଯୁଦ୍ଧ ବିମାନ

7/08/2022 at 6:10 PM

ନୂଆଦିଲ୍ଲୀ: ଆମେରିକା ବାଚସ୍ପତି ନାନ୍ସି ପେଲୋସିଙ୍କ ଯାତ୍ରା ପରେ ଚୀନ ଏବଂ ତାଇଓ୍ଵାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ପେଲୋସିଙ୍କ ଯାତ୍ରାରେ ବିଳିବିଳେଇ ହେଉଥିବା ଚୀନ ତାଇଓ୍ଵାନ ଆଖପାଖ ଅଞ୍ଚଳରେ ଯୁଦ୍ଧାଭ୍ୟାସ୍‌କୁ  ତୀବ୍ର କରିଛି। ତାଇଓ୍ଵାନ ଆଖପାଖରେ ଚୀନ ୧୦୦ରୁ ଅଧିକ ଯୁଦ୍ଧ ବିମାନ ମୁତୟନ କରିଛି। ଏଥିସହ ନୂତନ ପିଢିର ଆକାଶରେ ଇନ୍ଧନ ଭରୁଥିବା ଓ୍ଵାଇୟୁ-୨୦ ବିମାନ ମୁତୟନ କରିଛି।

ତାଇଓ୍ଵାନ ନିକଟରେ ଡ୍ରାଗନର ଗତିବିଧିକୁ ଦୃଷ୍ଟିରେ ରଖି ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଚୀନକୁ ନିଜର ସମରାଭ୍ୟାସ୍ ବନ୍ଦ କରିବାକୁ ଅପିଲ୍ କରିଛନ୍ତି। ଚୀନର ସରକାରୀ ମିଡିଆ ଗ୍ଲୋବାଇ ଟାଇମ୍ସ ପକ୍ଷରୁ ହୋଇଥିବା ଟୁଇଟ୍‌ରେ ଏହା ଜଣାଇବାକୁ ଉଦ୍ୟମ କରାଯାଇଛି ଯେ, କେମିତି ଚୀନ ସେନା ତାଇଓ୍ଵାନକୁ ଘେରୁଛି।

ତାଇଓ୍ଵାନ ସହିତ ଉତ୍ତେଜନା ମଧ୍ୟରେ ଚୀନ ପକ୍ଷରୁ ଜାରି ଭିଡିଓର ମୁଖ୍ୟ ଏଜେଣ୍ଡା ଚୀନ ସୈନିକ କେତେ ଶକ୍ତିଶାଳୀ। ଯୁଦ୍ଧ ବିମାନଠୁ ନେଇ ନୁତନ ପିଢିର ବିମାନକୁ ସାମିଲ୍ କରି ଚୀନ ତାଇଓ୍ଵାନକୁ ଚେତାବନୀ ଦେବାକୁ ଚେଷ୍ଟା କରୁଛି। ତାଇଓ୍ଵାନ ନିଜର ବୋଲି ଚୀନ କେବେଠୁ ଦାବି କରି ଆସୁଛି।

ଚୀନ ମୁତାବକ, ତାଇଓ୍ଵାନ ଆଖପାଖ ଅଞ୍ଚଳର ଛଅଟି କ୍ଷେତ୍ରରେ ତାର ଯୁଦ୍ଧ ବିମାନ, ନୌସେନା ଜାହାଜ ଏବଂ ମିସାଇଲ୍‌ ଯୁଦ୍ଧାସ୍ତ୍ର ସହ ଯୁଦ୍ଧାଭ୍ୟାସ୍ ଆରମ୍ଭ କରି ଦେଇଛି। ଚୀନର ଯୁଦ୍ଧ ଜାହାଜ ଦ୍ଵୀପ କୂଳରୁ ୨୦ କିଲୋମିଟର ଦୂରରେ ରହିଛି, ଯାହା ସମ୍ଭାବିତ ତାଇଓ୍ଵାନ ଜଳକ୍ଷେତ୍ରର ଉଲ୍ଲଂଘନ କରୁଛି।

   Related Posts