suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ଡଃ ଉମାକାନ୍ତ ମିଶ୍ର ‘ସକାଳ’ର ସମ୍ପାଦକ

30/11/2020 at 11:15 AM

ଭୁବନେଶ୍ୱର ୩୦।୧୧: ଡିସେମ୍ୱର ପହିଲାରୁ ପ୍ରକାଶ ହେବାକୁ ଯାଉଛି ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ । ତେବେ ଏହାର ସମ୍ପାଦକ ଦାୟିତ୍ୱ ନେଇଛନ୍ତି ଡଃ ଉମାକାନ୍ତ ମିଶ୍ର । ପିଆଇବିର ପୂର୍ବତନ ନିର୍ଦ୍ଦେଶକ ଡଃ ମିଶ୍ର ୧୯୭୩ ମସିହାରେ ଭାରତୀୟ ସୂଚନା ସେବାରେ ଯୋଗ ଦେଇଥିଲେ । ଦୀର୍ଘ ୨୬ ବର୍ଷ ସରକାରୀ ସୂଚନା ଅଧିକାରୀ ଭାବେ ଦାୟିତ୍ୱ ସମ୍ପୂର୍ଣ୍ଣ କରିଛନ୍ତି ।

ଡଃ ମିଶ୍ର  ଡିଏଭିପିର ମହାନିର୍ଦ୍ଦେଶକ, କଟକ ଫିଲ୍ମ ସେନସର ବୋର୍ଡର ଆଞ୍ଚଳିକ ଅଧିକାରୀ, ରେଳବାଇ ଗଣ ଯୋଗାଯୋଗ ବିଭାଗ ନିର୍ଦ୍ଦେଶକ, ଭାରତୀୟ ଜନସଞ୍ଚାର ସଂସ୍ଥାନର ପ୍ରଫେସର ଭାବେ ଦାୟିତ୍ୱ ତୁଲାଇଛନ୍ତି । ଡଃ ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ଏହାବ୍ୟତୀତ ଭିଜିଲାନ୍ସ କମିଶନର, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୋଗାଯୋଗ ବିଭାଗରେ ବିଶେଷଜ୍ଞ ଭାବେ କାର୍ଯ୍ୟ କରିଛନ୍ତି । ସରକାରୀ ଚାକିରିରୁ ଅବସର ନେବା ପରେ ସେ ଇଣ୍ଡିଆ ଗ୍ରୁପ ନ୍ୟୁଜ୍ ଟିଭି ଚ୍ୟାନେଲ ଓ ଆଜ୍ ସମାଜ ଖବର କାଗଜର ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।

   Related Posts