ପୁଣି ହୃଦୟ ଜିତିଲେ ଡାକ୍ତର ଶଙ୍କର ରାମଚନ୍ଦାନୀ, ଅଜଣା ବୃଦ୍ଧାଙ୍କ କଲେ ଅନ୍ତିମ ସଂସ୍କାର
7/01/2023 at 9:06 PM

ସମ୍ୱଲପୁର: ପୁଣି ନିଜ ମହତ କର୍ମରେ ସଭିଙ୍କ ହୃଦୟ ଜିତିଲେ ଭୀମସାର ଡାକ୍ତର । ଅଜଣା ବୃଦ୍ଧାଙ୍କ ଶବ ସତ୍କାର କରି ମାନବିକତାର ପରିଚୟ ଦେବା ସହ ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ ।
ସୂଚନା ଅନୁସାରେ ବେଦୀ ସାହୁ ନାମକ ଜଣେ ଅଜଣା ମହିଳାଙ୍କୁ ୧ ବର୍ଷ ପୂର୍ବେ କେହି ଜଣେ ବ୍ୟକ୍ତି ଭୀମସାରରେ ଭର୍ତ୍ତି କରି ଚାଲି ଯାଇଥିଲେ । ପାରାଲିସିସ ରୋଗରେ ପୀଡିତ ଥିବା ବୃଦ୍ଧା ମହିଳାଙ୍କ ପରିଚୟ ଜଣା ପଡି ନଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଖବର ପାଇ ଡାକ୍ତର ଶଙ୍କର ରାମଚନ୍ଦାନୀ ବୃଦ୍ଧାଙ୍କ ଶବ ସତ୍କାର କରିବା ପାଇଁ ମେଡିକାଲ ତଥା ପୋଲିସକୁ ଅନୁରୋଧ କରିଥିଲେ । ତେବେ ଅନୁମତି ପାଇବା ପରେ ଡାକ୍ତର ଶଙ୍କର ରାମଚନ୍ଦାନୀ ଶବ ଶତ୍କାର କରିବା ସହ ଭାବବିହ୍ବଳ ହୋଇପଡିଥିଲେ ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023