suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

କେନ୍ଦ୍ରାପଡାରେ ଡାକ୍ତର ଶଙ୍କର ରାମ ଚନ୍ଦାନୀଙ୍କ ଏକ ଟଙ୍କିଆ କ୍ଲିନିକ୍ ଆରମ୍ଭ

23/01/2023 at 9:09 PM

କେନ୍ଦ୍ରାପଡା: ପୁଣି ଥରେ ଚର୍ଚ୍ଚାରେ ଡାକ୍ତର ଚନ୍ଦାନୀ। ସମ୍ବଲପୁର ପରେ କେନ୍ଦ୍ରାପଡାରେ ଆରମ୍ଭ ହୋଇଛି ଡାକ୍ତର ଶଙ୍କର ରାମ ଚନ୍ଦାନୀଙ୍କ ଏକ ଟଙ୍କିଆ କ୍ଲିନିକ୍। ସ୍ଥାନୀୟ କାକଟ ଲକ୍ ନିକଟରେ ଏହି ଦିନିକିଆ କ୍ଲିନିକ୍ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏଠାରେ ପ୍ରାୟ ୧୩୦ ଜଣ ରୋଗୀ ନାମ ପଞ୍ଜିକରଣ କରି ନିଜ ରୋଗର ଚିକିତ୍ସା କରିଥିଲେ। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ବେଶ ଖୁସି।

ଏହି କ୍ଲିନିକ୍ ରେ ରୋଗୀମାନଙ୍କୁ ଏକ ଟଙ୍କାରେ ଚିକିତ୍ସା ଏବଂ ଏକ ଟଙ୍କାରେ ଔଷଧ ଯୋଗାଇ ଦିଆଯାଇଛି। କ୍ଲିନିକ୍ ପରିଚାଳନାରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସହାୟତା କରିଛି। ଆଗାମୀ ଦିନରେ ମାସରେ ଅନ୍ତତଃ ଥରୁଟିଏ କେନ୍ଦ୍ରାପଡାରେ ଏହି ଏକ ଟଙ୍କିଆ କ୍ଲିନିକ ଚଲାଇବା ପାଇଁ ଆୟାଜକମାନେ ଲକ୍ଷ୍ୟ ରଖିଛନ୍ତି। ନିଜର ଏହି ସେବା ମନୋଭାବ ପାଇଁ ଚନ୍ଦାନୀ ସବୁ ମହଲରୁ ପ୍ରଶଂସିତ ହୋଇଛନ୍ତି।

ଏ ଖବର ପଢନ୍ତୁ- ଭୀମସାର ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ପ୍ରଶଂସା କଲେ ପୂର୍ବତନ କ୍ରିକେଟର, ଟଙ୍କିକିଆ ମେଡିସିନ ସେବା ପାଇଁ ଟ୍ୱିଟ କରି ଦେଲେ ଶୁଭେଚ୍ଛା

ଏହି ସମୟରେ ଡାକ୍ତର ଚନ୍ଦାନୀ କହିଛନ୍ତି ଯେ, ବାପାଙ୍କ ସ୍ଵପ୍ନ ସାକାର କରିବା ପାଇଁ ମୁଁ ଏକ ଟଙ୍କିଆ କ୍ଲିନିକ୍ ଆରମ୍ଭ କରିଥିଲି। ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମଚାରୀଙ୍କ ଅନୁରୋଧ କ୍ରମେ ମୁଁ ଏଠାକୁ ଆସିଛି। ଏ ଅଞ୍ଚଳ ମଧ୍ୟ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ବହୁତ ପଛୁଆ ରହିଛି। ଆଜି ଏକ ଟଙ୍କିଆ କ୍ଲିନିକ୍ ଆରମ୍ଭ ହୋଇଛି। ସମୟ ପାଇଲେ ମଝିରେ ମଝିରେ ଆସି ଏ ଅଞ୍ଚଳର ଗରିବ, ମଧ୍ୟବିତ୍ତ ଏବଂ ଅବହେଳିତ ରୋଗୀମାନଙ୍କୁ ଏକ ଟଙ୍କିଆ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବି ବୋଲି କହିଛନ୍ତି।

   Related Posts