ଭାରତରେ ଆରମ୍ଭ ହେଲା ଋଷୀୟ ଭ୍ୟାକସିନ୍ ସ୍ପୁଟନିକ୍-ଭି ର କ୍ଲିନିକାଲ ଟ୍ରାଏଲ

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୦୧/୨୨ : ଭାରତରେ ଆରମ୍ଭ ହୋଇଛି ଋ​‌ଷୀୟ ଭ୍ୟାକସିନ୍ ସ୍ପୁଟନିକ୍-ଭି ର କ୍ଲିନିକାଲ ଟ୍ରାଏଲ । ଡଃ ରେଡ୍ଡିଜ୍ ଲାବ୍ରୋଟୋରିଜ୍ ଲିମିଟେଡ୍ ଏବଂ RDIF ମଙ୍ଗଳବାର ଘୋଷଣା କରିଛନ୍ତି ଯେ, ସେମାନେ ସେଣ୍ଟ୍ରାଲ ଫାର୍ମାସ୍ୟୁଟିକାଲ ଲବ୍ରୋଟୋରି ଠାରୁ ଜରୁରୀ ଅନୁମତି ପତ୍ର ମିଳିବା ପରେ କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛନ୍ତି । ଭାରତରେ ସ୍ପୁଟନିକ୍-ଭି ଭ୍ୟାକସିନର ୨ୟ ଏବଂ ୩ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ଏହି ସମ୍ଭନ୍ଧରେ ଡଃ ରେଡ୍ଡିଜ୍ ଏବଂ RDIF ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଜିଏସଏସ ମେଡିକାଲ ରିସର୍ଚ୍ଚ ଏବଂ କ୍ଲିନିକାଲ ରିସର୍ଚ୍ଚ ମିଳିତ ଭାବେ ସ୍ପୁଟନିକ୍-ଭି ର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛନ୍ତି । ଡକ୍ଟର ରେଡ୍ଡୀ ବାୟୋଟେକ୍ନୋଲୋଜି ବିଭାଗର ବାୟୋଟେକ୍ନୋଲୋଜି ଶିଳ୍ପ ଅନୁସନ୍ଧାନ ସହାୟତା ପରିଷଦ (ବିଆରଏସି) ସହିତ ସହଭାଗିତା ଏବଂ ଟିକା ପାଇଁ କ୍ଲିନିକାଲ ଟ୍ରାଏଲ୍ ସେଣ୍ଟର ବ୍ୟବହାର କରିଛନ୍ତି ।  

ନିକଟରେ, RDIF ଘୋଷଣା କରିଛି ଯେ ଭ୍ୟାକସିନ୍ ପାଇଁ କ୍ଲିନିକାଲ ଟ୍ରାଏଲ ତଥ୍ୟର ଦ୍ୱିତୀୟ ପର୍ଯ୍ୟାୟର ବିଶ୍ଳେଷଣରେ ପ୍ରଥମ ଡୋଜର ୨୮ ଦିନ ପରେ ଏହି ଟିକା ୯୧.୪ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ପ୍ରଥମ ଡୋଜର ୪୨ ଦିନ ପରେ ୯୫ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣିତ ହେଲା । ବର୍ତ୍ତମାନର ପରୀକ୍ଷଣରେ ୪୦ ହଜାର ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରୁ ୨୨ ହଜାର ଜଣଙ୍କୁ ପ୍ରଥମ ଡୋଜ ଏବଂ ୧୯ ହଜାରରୁ ଅଧିକ ଲୋକଙ୍କୁ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.