ତୃତୀୟ ଲହର ମୁକାବିଲା ଲାଗି ଆମେ ସମର୍ଥ, ଏବେ ସୁଦ୍ଧା ରାଜ୍ୟକୁ 'ଆଟ୍ ରିସ୍କ' ଦେଶରୁ ଆସିଲେଣି ୧୫ଶହରୁ ଅଧିକ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | December 18, 2021 IST

ଭୁବନେଶ୍ବର ୧୮।୧୨: ତୃତୀୟ ଲହର ମୁକାବିଲା ଲାଗି ଆମେ ସମର୍ଥ ବୋଲି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଯେତେ ରୋଗୀ ଚିହ୍ନଟ ହେଲେ ମଧ୍ୟ ତାଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବୁ । ଆମେ ପ୍ରସ୍ତୁତ ରହିଛୁ । ବ୍ରିଟେନରେ ଯେମିତି ସଂକ୍ରମଣ ବଢ଼ୁଛି, ତୃତୀୟ ଲହର ସମ୍ଭାବନା ନିଶ୍ଚିତ ।  ଯାହା ସରକାରଙ୍କର ନିୟମାବଳୀ ରହିଛି । ଆନ୍ତର୍ଜାତିକ ଯାତ୍ରୀଙ୍କର ସର୍ଭେଲାନ୍ସ ଚାଲିଛି । ଆମେ ସତର୍କତା ବଢାଇଛୁ ।  ଓମିକ୍ରନ ଚିହ୍ନଟ ପାଇଁ ଜିନମ ସିକ୍ୱେନ୍ସିଂ ଆବଶ୍ୟକ । ତେଣୁ ସିକ୍ୱେନ୍ସିଂ ପାଇଁ ଯାଉଥିବା ନମୁନା ସଂଖ୍ୟା ବଢାଇବାକୁ କୁହାଯାଇଛି ।

ଏବେ ସୁଦ୍ଧା ରାଜ୍ୟକୁ ଆଟ୍ ରିସ୍କ ଦେଶରୁ ୧୫ଶହରୁ ଅଧିକ ଲୋକ ଆସିଲେଣି ।  ଯାହା ତଥ୍ୟ ଅଛି, ଓମିକ୍ରନର ଲକ୍ଷଣ ପୂର୍ବ ଭଳି ପ୍ରାୟ ସମାନ । ଦ୍ଵିତୀୟ ଲହରରେ ଯେଉଁ ଟ୍ରିଟମେଣ୍ଟ ଥିଲା, ଏବେ ବି ତାହା ରହିଛି । ଓମିକ୍ରନ ଯୋଗୁଁ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ତାକୁ ସମ୍ଭାଳିବା ଲାଗି ଆମର କ୍ଷମତା ରହିଛି । ରୋଗୀ ସଂଖ୍ୟା ବୃଦ୍ଧି ସହ ତାଳ ଦେଇ ଭିତ୍ତିଭୂମି ବଢ଼ାଯିବ । ପୂର୍ବ ପ୍ରସ୍ତୁତି ସହ ଅକ୍ସିଜେନ, ବେଡ୍, ଜରୁରୀ ଔଷଧ ମହଜୁଦ ରଖାଯାଉଛି । ନିୟମିତ ଏହାର ତର୍ଜମା କରାଯାଉଛି ଓ ପ୍ରସ୍ତୁତି ଚାଲିଛି । ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲ, ଘରୋଇ ହସ୍ପିଟାଲରେ ସ୍ବତନ୍ତ୍ର ଓମିକ୍ରନ ବ୍ଲକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.