ଜୟପୁର ବିଜେଡିରେ ନୂଆ ସମୀକରଣ : ସ୍ବାମୀଙ୍କ ପରାଜୟ ପରେ ବିଜେଡ଼ି ମଙ୍ଗ ଧରିବେ ଡକ୍ଟର ଇନ୍ଦିରା ନନ୍ଦ
6/03/2020 at 3:54 PM

କୋରାପୁଟ ୬/୩: ଜୟପୁର ବିଜେଡିରେ ବଡ ଧରଣର ପରିବର୍ତ୍ତନ। ଲଗାତାର ଦୁଇ ଥର ପରାଜୟର ମୁହଁ ଦେଖିବା ପରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ଯୁଗ ଏକ ରକମ ଶେଷ ହେବାକୁ ଯାଉଛି। ତାଙ୍କ ବଦଳରେ ଏଣିକି ଦଳକୁ ଆଗକୁ ନେବେ ତାଙ୍କ ପତ୍ନୀ ଡକ୍ଟର ଇନ୍ଦିରା ନନ୍ଦ। କେବଳ ଏତିକି ନୁହଁ ଆଗାମୀ ସାଧାରଣ ନିର୍ବାଚନରେ ସେ ଜୟପୁର ବିଧାନସଭା ଆସନରୁ ବିଧାୟିକା ପ୍ରାର୍ଥୀ ହେବେ ବୋଲି ନେତା ଓ କର୍ମୀ ଖୁଲମ ଖୋଲା କହିଲେଣି।ଆଉ ଚର୍ଚ୍ଚାକୁ ସ୍ବୀକାର କରିଛନ୍ତି ଡକ୍ଟର ଈନ୍ଦିରା ନନ୍ଦ ।

ଜୟପୁର ବିଜେଡିରେ ନୂଆ ସମୀକରଣ। ସ୍ତ୍ରୀଙ୍କ ପାଇଁ ରାସ୍ତା ଛାଡିଲେ ସ୍ବାମୀ।ଏଣିକି ବରିଷ୍ଠ ନେତା ରବି ନନ୍ଦଙ୍କ ବଦଳରେ ଦଳର ମଙ୍ଗ ଧରିବେ ପତ୍ନୀ ଡକ୍ଟର ଈନ୍ଦିରା ନନ୍ଦ।କେବଳ ମଙ୍ଗ ଧରିବେନି ଆଗାମୀ ସାଧାରଣ ନିର୍ବାଚନରେ ଜୟପୁର ବିଧାନସଭା ନିର୍ବାଚନରେ ଜୟପୁର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ପ୍ରାର୍ଥୀ ହେବେ ବୋଲି ନିଷ୍ପତ୍ତି ହୋଇଛି । ୨୦୦୦ରୁ ୨୦୧୪ ଯାଏଁ ଲଗାତାର ୩ ଥର ଜୟପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇ ମନ୍ତ୍ରୀ ପଦ ବି ପାଇଥିଲେ ରବି ନନ୍ଦ।ହେଲେ ଲଗାତାର ୨ ଥର ନିର୍ବାଚନରେ ହାରିବା ପରେ ଦଳ ତରଫରୁ ଏପରି ନିଷ୍ପତ୍ତି ହୋଇଥିବା ଚର୍ଚ୍ଚା ହେଉଛି।ହେଲେ ଦଳୀୟ ନେତୃତ୍ବ କିନ୍ତୁ ଏକଥା ମାନିବାକୁ ନାରାଜ।ରାଜ୍ୟ ରାଜନୀତିରେ ଦଳ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେବାକୁ ଯାଉଥିବାରୁ ଏପରି ନିଷ୍ପତ୍ତି ହୋଇଥିବା କହୁଛନ୍ତି ଖୋଦ ଡକ୍ଟର ଈନ୍ଦିରା ନନ୍ଦ ଓ ଦଳୀୟ ନେତା।

ଡକ୍ଟର ଇନ୍ଦିରା ନନ୍ଦ ଏବେ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାନେତ୍ରୀ ।ଗତ ନିର୍ବାଚନରେ ମଧ୍ୟ ଜୟପୁର ବିଧାୟକ ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ତାଙ୍କ ନାଁ ଚର୍ଚ୍ଚା ହେଉଥିଲା। ପରେ କିନ୍ତୁ ରବି ନନ୍ଦ ପ୍ରାର୍ଥୀ ହେବା ପରେ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଥିଲା।କିନ୍ତୁ ନିର୍ବାଚନରେ ପରାଜୟ ପରେ ରବି ନନ୍ଦ ଆଉ ପୂର୍ବ ପରି ଦଳୀୟ ରାଜନୀତିରେ ସେତେଟା ଆକ୍ଟିଭ ନୁହଁନ୍ତି।କିନ୍ତୁ ଗତ ଦୁଇ ମାସ ହେଲା ଦଳୀୟ କାର୍ଯ୍ୟକ୍ରମରେ ତାଙ୍କ ପତ୍ନୀ ଡକ୍ଟର ଇନ୍ଦିରା ନନ୍ଦ ସକ୍ରିୟ ଦେଖା ଯାଉଛନ୍ତି। ଗୁରୁବାର ବିଜୁ ବାବୁଙ୍କ ଜୟନ୍ତୀରେ ଦଳର ବରିଷ୍ଠ ନେତାମାନେ ଏହା ଖୋଲାଖୋଲି ଘୋଷଣା କରିଥିଲେ।
