ଦେଶବାସୀଙ୍କୁ ଡ.ହର୍ଷବର୍ଦ୍ଧନଙ୍କ ଅପିଲ, ଦଶହରା-ଦୀପାବଳିରେ ଅଭାବୀ ଶିଶୁଙ୍କ ପାଇଁ କିଣନ୍ତୁ ମିଠା ଓ ଆବଶ୍ୟକୀୟ ସାମଗ୍ରୀ

Published By : Prameya-News7 Bureau | October 18, 2020 IST

ନୂଆଦିଲ୍ଲୀ ୧୮/୧୦ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ସଣ୍ଡେ ସମ୍ବାଦର ସମ୍ବୋଧନ ନବରାତ୍ରି ଶୁଭକାମନା ସହ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଜାନୁଆରୀ ଯାଏଁ ନାନା ପର୍ବପର୍ବାଣି ପଡିବ। ସେଥିପାଇଁ ଆମ ସମସ୍ତଙ୍କୁ ଅଧିକ ସଚେତନ ହେବାକୁ ପଡିବ ବୋଲି ସେ କହିଛନ୍ତି। ମାସ୍କ ବ୍ୟବହାର କରିବା ସହ ଘର ଓ ଅଫିସ ସଫାସୁତୁରା ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ନିଜ ନିଜ ଘରେ ହିଁ ପର୍ବ ପାଳନ କରିବାକୁ ସେ ଦେଶବାସୀଙ୍କୁ ଅପିଲ କରିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନଆନ୍ଦୋଳନର ସହଭାଗୀ ହେବାକୁ ମଧ୍ୟ ସେ ଅପିଲ କରିଛନ୍ତି।

ସେ କହିଛନ୍ତି, କରୋନା ମହାମାରୀ ଯୋଗୁଁ ସାରା ଦୁନିଆ ନିରାଶ ଅଛି। ଏହିଭଳି ସମୟରେ ସମସ୍ତଙ୍କୁ ପରୋପକାର କରିବା ଉଚିତ। ଆବଶ୍ୟକୀୟଙ୍କୁ ସାହାଯ୍ୟ କରିବା ଉଚିତ। ଗରିବ ଓ ଅଭାବୀ ପରିବାରର ଶିଶୁଙ୍କ ପାଇଁ ଖାଦ୍ୟ, ନୂଆ ବସ୍ତ୍ର, ମିଠା ଓ ଆବଶ୍ୟକୀୟ ସାମଗ୍ରୀ କିଣି ତାଙ୍କୁ ଦେବା ଉଚିତ। ନବରାତ୍ରିରେ ମା'ଦୁର୍ଗାଙ୍କ ୯ ରୂପକୁ ପୂଜା କରାଯାଇଥାଏ। ମହିଳାଙ୍କ ବିରୋଧରେ ଭେଦଭାବ, ଅତ୍ୟାଚାର ମୁକ୍ତ ସଶକ୍ତ ମହିଳା ଓ ସମାଜ ଦେଖିବାକୁ ସେ ଆଶା ବ୍ୟକ୍ତ କରିଛନ୍ତି। ଡ.ହର୍ଷବର୍ଦ୍ଧନ ଲୋକଙ୍କୁ ଅପିଲ କରି କହିଛନ୍ତି ଯେ, 'କୋଭିଡକୁ ହରାଇବାରେ ନିଜ ଭୂମିକା ପ୍ରତି ସଜାଗ ରୁହନ୍ତୁ। ଯେଉଁମାନେ ଆମ ଜୀବନ ବଞ୍ଚାଇବାକୁ ନିଜ ଜୀବନର ବଳିଦାନ ଦେଇଛନ୍ତି ସେମାନଙ୍କ ଆତ୍ମାର ସଦଗତି ପାଇଁ ଆମକୁ ପ୍ରାର୍ଥନା କରିବା ଉଚିତ ବୋଲି ସେ କହିଛନ୍ତି।'

{"id":346666,"sizeSlug":"large"}

କରୋନା ସମୟରେ ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ଅଭିଭାବକଙ୍କୁ ବିଶେଷ ଧ୍ୟାନ ଦେବା ଉଚିତ ବୋଲି କହିଛନ୍ତି ଡ.ହର୍ଷବର୍ଦ୍ଧନ। କେନ୍ଦ୍ର ସରକାର ସ୍କୁଲ ଖୋଲିବାକୁ ଅନୁମତି ଦେଇନାହାନ୍ତି, କିନ୍ତୁ ଅନ୍ତିମ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି। ଶିଶୁଙ୍କ ପାଇଁ ଅଭିଭାବକ ଡେଲି ରୁଟିନ ପ୍ରସ୍ତୁତ କରିବା ଉଚିତ। ଘର କାମରେ ମଧ୍ୟ ଶିଶୁଙ୍କୁ ସାମିଲ କରାଇବା ଉଚିତ। ଏହି ସଙ୍କଟ ସମୟରେ ଅଭିଭାବକ ଧୈର୍ଯ୍ୟର ସହ ରହିବ ଦରକାର ବୋଲି କହିଛନ୍ତି ଡ.ହର୍ଷବର୍ଦ୍ଧନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.