ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

କେଜ୍ରିୱାଲ ଖେଳିଲେ ଦଳିତ କାର୍ଡ ! ଦିଲ୍ଲୀରେ ହରିଜନ ଶବ୍ଦ ପରିବର୍ତ୍ତେ ଏଣିକି ଡ.ଆମ୍ୱେଦକର ହେବ ବ୍ୟବହାର

2/06/2022 at 4:13 PM

ନୂଆଦିଲ୍ଲୀ: ଦିଲ୍ଲୀର କେଜ୍ରିୱାଲ ସରକାରର ଦଳିତ କାର୍ଡ। ହରିଜନ ଶବ୍ଦ ପରିବର୍ତ୍ତେ ଏଣିକି ଡ.ଆମ୍ୱେଦକରର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଏକ ଅଧିସୂଚନା ମଧ୍ୟ ଜାରି କରାଯାଇଛି। ହରିଜନ ବସ୍ତି /ମୋହଲା ଏଣିକି ଆମ୍ୱେଦକର ବସ୍ତି ଏବଂ ମୋହଲା ନାଁରେ ଜଣାଯିବ। ଏହା ପୂର୍ବରୁ ଆମ ଆଦମୀ ପାର୍ଟି ସରକାର ଦିଲ୍ଲୀର ସବୁ ସରକାରୀ ଅଫିସରେ ଡ.ଆମ୍ୱେଦକର ଏବଂ ଭଗତ ସିଂଙ୍କ ଫଟୋ ଲଗାଇବାକୁ ନିର୍ଦ୍ଦେଶ ଜାରି କରିଥିଲେ।

ଏକ ଆକଳନ ଅନୁସାରେ ଦିଲ୍ଲୀରେ ପଛୁଆ ବର୍ଗଙ୍କ ଜନସଂଖ୍ୟା ପ୍ରାୟ ୧୬.୭୫ ପ୍ରତିଶତ। କେଜ୍ରିୱାଲ ସରକାରଙ୍କ ଏହି ନିଷ୍ପତ୍ତିକୁ ଦିଲ୍ଲୀରେ ହେବାକୁ ଥିବା ଆଗାମୀ ପୌର ନର୍ବାଚନ ସହ ଯୋଡି ଦେଖାଯାଉଛି। ଏହାଛଡ଼ା ପଞ୍ଜାବରେ ମଧ୍ୟ ପାର୍ଟିକୁ ପଛୁଆ ବର୍ଗର ବଡ଼ ସମର୍ଥନ ମିଳିଥିଲା।

ନିକଟରେ କେଜ୍ରିୱାଲ କରିଥିବା ସବୁ ସାମ୍ୱାଦିକ ସମ୍ମିଳନୀରେ ତାଙ୍କ ପଛରେ ଏକ ଗୋଟିଏ ପଟେ ଭଗତ ସିଂ ଏବଂ ଅନ୍ୟପଟେ ଡ.ଆମ୍ୱେଦକରଙ୍କ ଫଟୋ ରହିଥାଏ। ଏହି ଦୁଇ ମହାପୁରୁଷଙ୍କ ଆଦର୍ଶକୁ ଆପ ଅନୁସରଣ କରୁଥିବା ସେ କହି ଆସୁଛନ୍ତି। ରାଜନୀତି ବିଶେଷଜ୍ଞ ଏବଂ ବିରୋଧୀ ଦଳ ନେତାଙ୍କ ଅଭିଯୋଗ କେଜ୍ରାୱାଲ ବର୍ତ୍ତମାନ ସମୟରେ ଯେଉଁ ନୀଳ ରଙ୍ଗର ସାର୍ଟ ପିନ୍ଧୁଛନ୍ତି,ତାହା ମଧ୍ୟ ଏହି ରାଜନୀତିର ଅଂଶ ଅଟେ।

   Related Posts