ଦକ୍ଷିଣ କୋରିଆ: ହାଲୋୱିନ ଉତ୍ସବରେ ବଡ଼ ଅଘଟଣ, ୫୯ ମୃତ, ୧୦୦ରୁ ଉର୍ଦ୍ଧ୍ୱ ହୃଦଘାତର ଶିକାର

Published By : Prameya-News7 Bureau | October 29, 2022 IST

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଏକ ଲୋକପ୍ରିୟ କାର୍ଯ୍ୟକ୍ରମରେ ଶତାଧିକ ଲୋକଙ୍କୁ ହୃଦଘାତ ହୋଇଥିବା ଖବର ସାମନାକୁ ଆସିଛି । ଏଥିରେ ୫୯ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମନାକୁ ଆସିଛି । ରାଷ୍ଟ୍ରପତି ୟୁନ ସୁକ-ୟୁଲ ୟୋଙ୍ଗସାନ-ଗୁ ଜିଲ୍ଲାର ଇଟାବନ ପ୍ରଶାସନକୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦମକଳ ବିଭାଗ କହିଛି, ଅଧିକ ଗହଳି ଯୋଗୁଁ ଶତାଧିକ ଲୋକଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହୋଇଥିଲା । ଏହାପରେ ୧୫୦ରୁ ଉର୍ଦ୍ଧ୍ୱ ଜଣଙ୍କୁ ହୃଦଘାତ ସମସ୍ୟା ସୃଷ୍ଟି ହୋଇଥିଲା । ମହାମାରୀ ପରେ ପ୍ରଥମ ଥର ଆଉଟଡୋର ନୋ ମାସ୍କ ହାଲୋୱିନ କାର୍ଯ୍ୟକ୍ରମର ଉତ୍ସବ ପାଇଁ କଥିତ ରୂପେ ୧,୦୦,୦୦୦ ଲୋକ ଉପସ୍ଥିତ ହୋଇଥିଲେ। ତେବେ ମୃତାହତଙ୍କ ସଂଖ୍ୟାକୁ ନେଇ କୌଣସି ପ୍ରକାର ଆନୁଷ୍ଠାନିକ ବୟାନ ଦିଆଯାଇ ନାହିଁ।

wp:html /wp:html

ଘଟଣା ସମୟର କିଛି ଭିଡିଓ ସୋସିଆଲ ମିଡିଆରେ ସାମନାକୁ ଆସିଛି, ଏଥିରେ ଗହଳି ଭିତରେ ରାସ୍ତା ଉପରେ ଲୋକଙ୍କ ଚିକିତ୍ସା କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀ ସିଓଲ ରାସ୍ତାରେ ହାଲୋୱିନ ପାଳନ କରିବା ପାଇଁ ଲୋକେ ଏକାଠି ହୋଇଥିଲେ । ଏହି ସମୟରେ ଭିଡ ନିୟନ୍ତ୍ରଣ ବାହାରକୁ ଯିବା ପରେ ଦୌଡାଦୌଡି ମାହୋଲ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳକୁ ୪୦୦ରୁ ଉର୍ଦ୍ଧ୍ୱ ଉଦ୍ଧାରକର୍ମୀଙ୍କୁ ନିୟୋଜିତ କରାଯାଇଛି । ଲୋକମାନଙ୍କୁ ରାସ୍ତା ଉପରେ ହିଁ ସିପିଆର ଦିଆଯାଉଛି । ଅନ୍ୟମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ହେଲୋବିନ ଦୁନିଆର ଅନେକ ପଶ୍ଚିମ ଦେଶରେ ପାଳନ କରାଯାଏ । ଏବେ ଏହାକୁ ଦୁନିଆର ଅଧିଂକାଶ ଅଞ୍ଚଳରେ ପାଳନ କରାଯାଏ । କୁହାଯାଏ ହାଲୋୱିନ ରାତିରେ ଚନ୍ଦ୍ର ନିଜର ନୂଆ ଅବତାରରେ ନଜର ଆସିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.