ଫ୍ଲୋରିଡାରେ ଆଜି ଯାଏଁର ସବୁଠୁ ବଡ଼ ବାତ୍ୟା ! ୪୭ ମୃତ ; ସମବେଦନା ଜଣାଇଲେ ପିଏମ ମୋଦୀ

Published By : Prameya-News7 Bureau | October 02, 2022 IST

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ବାତ୍ୟା ଇୟାନର ତାଣ୍ଡବ ଯୋଗୁଁ ବଡ଼ କ୍ଷତି ହୋଇଛି । ବର୍ତ୍ତମାନ ସୁଦ୍ଧା ଫ୍ଲୋରିଡାରେ ବାତ୍ୟା ଯୋଗୁଁ ୪୭ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ବିଶ୍ୱସ୍ତରରେ ମୃତଙ୍କ ସଂଖ୍ୟା ୫୪ ହୋଇଛି । ଫ୍ଲୋରିଡା ରାଜ୍ୟର ଡାକ୍ତରୀ ଟିମ ଅନୁସାରେ ବାତ୍ୟା ପରେ ହୋଇଥିବା ବନ୍ୟାରେ ବୁଡି ଅଧିକାଂଶ ଲୋକଙ୍କ ଜୀବନ ଯାଇଛି।

ଶକ୍ତିଶାଳୀ ବାତ୍ୟା ଇୟାନ ଯୋଗୁଁ ପଶ୍ଚିମ କ୍ୟୁବା, ଫ୍ଲୋରିଡା ଏବଂ ସାଉଥ କ୍ୟାରୋଲିନାରେ ଅଧିକ କ୍ଷୟକ୍ଷତି ହୋଇଛି । ଆମେରିକାର ନ୍ୟାସନାଲ ଗାର୍ଡର ମୁଖ୍ୟ ଡାନିୟଲ ହୋକସନ କହିଛନ୍ତି, ଶନିବାର ଫ୍ଲୋରିଡାର ଦକ୍ଷିଣ-ପଶ୍ଚିମ ଉପକୂଳ ଅଞ୍ଚଳରୁ ୧ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ନଦୀରେ ଆସିଥିବା ବନ୍ୟା ଯୋଗୁଁ ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ବାତ୍ୟାରେ ଫ୍ଲୋରିଡାରେ ବର୍ତ୍ତମାନ ସୁଦ୍ଧା ୨,୮୦,୦୦୦ ଘରେ ବିଜୁଳି ସେବା ବାଧାପ୍ରାପ୍ତ ହୋଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହାକୁ ଫ୍ଲୋରିଡା ଇତିହାସର ସବୁଠୁ ବଡ଼ ବତ୍ୟା ବୋଲି କହିଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ଇୟାନ ଯୋଗୁଁ ଆମେରିକାରେ ହୋଇିଥିବା ଧନଜୀବନ ହାନୀକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି । ଏହାସହ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରତି ସମବେଦନା ଏବଂ ସହାନୁଭୂତି ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.