Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ସ୍ୱାମୀଙ୍କ ଯୌତୁକ ନିର୍ଯାତନା ବିରୋଧରେ ପତ୍ନୀଙ୍କ ଧାରଣା : ନା ମାନେ ନା

1/06/2018 at 9:01 AM

ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ବାଙ୍କିପାଳ ଗ୍ରାମର ଦାମୋଦର ସାହୁଙ୍କ ଝିଅ ସୌଦାମିନୀ ୨୦୧୪ ମସିହାରେ ମଙ୍ଗଳପୁର ଅନ୍ତର୍ଗତ ମାନସିଙ୍ଗ ପାଟଣା ଗ୍ରାମର ରବିନାରାୟଣ ସାହୁଙ୍କ ପୁଅ ଶିଶିରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଏଥିରେ ଅତିଷ୍ଠ ହୋଇ ଓ ଯୌତୁକ ବାବଦକୁ ୧ଲକ୍ଷ ଟଙ୍କା ଦେବାର ସାମର୍ଥ୍ୟ ନଥିବା କାରଣରୁ ଗତ ୨୦୧୭ ମସିହା ଜାନୁ୍ୟାରୀ ୨୯ ତାରିଖ ଠାରୁ ସୌଦାମିନୀ ଶାଶୂଘର ଛାଡି ନିଜ ବାପା ମାଙ୍କ ପାଖରେ ରହି ଆସୁଛନ୍ତି । ବାପାଙ୍କ ପାଖରେ ରହୁଥିବା ସତ୍ତ୍ବେ ଶିଶିର ଆସି ବିଭିନ୍ନ ସମୟରେ ଯୌତୁକ ଅର୍ଥ ଦାବି କରି ନିଜ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିଲେ ।
ଗତ ୧ ତାରିଖ ଦିନ ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ବାଙ୍କିପାଳ ଘରେ ସୌଦାମିନୀ ଥିବା ସମୟରେ ୩/୪ ଜଣ ଅସାମାଜିକ ଯୁବକଙ୍କୁ ନେଇ ତାଙ୍କ ଘରେ ପଂହଚିଥିଲେ । ଏପରିକି ଏକ କଟୁରୀ ସାହାର୍ଯ୍ୟରେ ସୌଦାମିନୀ ଓ ତାଙ୍କ ଝିଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ।ଏହି ସମୟରେ ସୌଦାମିନୀଙ୍କ ବାପା ଆସି ପହଂଚିବାରୁ ତାଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ । ସୌଦାମିନୀଙ୍କ ବାପା ଓ ରାସ୍ତାରେ ଯାଉଥିବା କିଛି ଲୋକଙ୍କ ସହାୟତାରେ ଶିଶିରଙ୍କୁ କାବୁ କରି ବିଂଝାରପୁର ଥାନାକୁ ଖବର ଦେଇଥିଲେ ।
ବିଂଝାରପୁର ଥାନା ଅଧିକାରୀ ଥାନାରେ କର୍ମଚାରୀ ଅଭାବ ଥିବା ଦର୍ଶାଇ ଅଭିଯୁକ୍ତଙ୍କୁ ଥାନାକୁ ଆଣିବାକୁ ପରାମର୍ଶ ଦେଇଥିଲେ । ଅଭିଯୁକ୍ତ ଶିଶିରଙ୍କୁ ବିଂଝାରପୁର ଥାନା ଜିମା ଦିଆଯିବା ସହ ସୌଦାମିନୀଙ୍କ ବାପା ଲିଖିତ ଅଭିଯୋଗ କରିଥିଲେ କହିଥିବାବେଳେ । ଥାନା କର୍ତ୍ତୃପକ୍ଷ କୌଣସି ସମାଧାନ ନକରି ଶିଶିରକୁ ଥାନାରୁ ଛାଡି ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ଅନ୍ୟପଟରେ ଥାନାଅଧିକାରୀଙ୍କୁ ପଚାରିବାରୁ ଥାନାରେ ପରିବାର ପକ୍ଷରୁ କୌଣସି ଏତଲା ଦିଆଯାଇନାହିଁ ବୋଲି କହିଛନ୍ତି । ସୌଦାମିନୀ ନ୍ୟାୟ ଓ ସୁରକ୍ଷା ଦାବିରେ ଗତ ୧୭ ତାରିଖ ଦିନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନିଜର ଅଭିଯୋଗ ଜଣାଇଥିଲେ ।
ଘଟଣା ଘଟିବାର ୨୯ ଦିନ ବିତିଯାଇଥିଲେ ବି ଅଭିଯୁକ୍ତକୁ ଗିରଫ କରାନଯିବା ଓ ତାକୁ ସୁରକ୍ଷା ମିଳୁନଥିବା ପ୍ରତିବାଦରେ ଆଜି ସୌଦାମିନୀ ନିଜ ବାପା ଓ ସମ୍ପର୍କୀୟଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

Leave a Reply

   Related Posts