ପୁଣି ଯୌତୁକ ଜୁଇରେ ଜଳିଲା ନବବଧୂ
3/12/2018 at 10:38 AM

ଯାଜପୁର ୩/୧୨: ଯାଜପୁର ଟାଉନ ଥାନା ଅନ୍ତର୍ଗତ ହାବେଳୀ ବଜାରରେ ଅଘଟଣ ଘଟିଛି। ଯୌତୁକ ପାଇଁ ନବବଧୂକୁ ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ବାପଘର ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ହୋଇଛି। ମୃତକ ହେଲେ ସୁଚିସ୍ମିତା ସାହୁ। ସୁଚିସ୍ମିତା ୫ ମାସର ଗର୍ଭବତୀ ଥିଲେ । ଗତ ୭ ମାସ ତଳେ ଅନିରୁଦ୍ଧ ସାହୁଙ୍କୁ ପ୍ରେମ ବିବାହର କରିଥିଲେ ସୁଚିସ୍ମିତା। ଯୌତୁକ ପାଇଁ ବାରମ୍ବାର ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।