ଭୁବନ ୨୧।୦୯ : କଳା ବୋହୂ ବୋଲି ଦେଉଥିଲେ ଅକଥନୀୟ ନିର୍ଯାତନା । ଦୁଇ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ ଶାଶୁ, ଶ୍ୱଶୁର, ସ୍ୱାମୀ ଓ ନଣନ୍ଦ । ନଦେବାରୁ ବୋହୂକୁ ଅକଥନୀୟ ନିର୍ଯାତନା ଦେଉଥିଲେ ସମସ୍ତେ । ଏପିରିକି ତିନି ମାସର ଗର୍ଭବତୀ ବୋହୂକୁ ମାରିଦେବାକୁ କରିଥିଲେ ଉଦ୍ୟମ । ଖବର ପାଇ ଝିଅର ବାପ ଘର ପହଞ୍ଚିବା ପରେ ସେମାନଙ୍କୁ ବି ଅତର୍କିତ ଭାବେ ଆକ୍ରମଣ କରିଥିଲେ ସମସ୍ତେ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମୃଦଙ୍ଗା ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି ।
wp:embed {"url":"https://www.prameyanews7.com/unknown-deadbody-found-in-binika-dungupali-police-station-area/","type":"wp-embed","providerNameSlug":"prameya-news-7"} /wp:embedଖବର ଅନୁଯାୟୀ, ମୃଦଙ୍ଗା ଗାଁର କୈଳାଶ ପାତ୍ର ତାଙ୍କର ଏକମାତ୍ର ପୁଅ ଦିପକ ପାତ୍ରଙ୍କ ବିବାହ କେନ୍ଦୁଝର ଜିଲ୍ଲା ଘଷିପୁରା ଗାଁର କୁମର ପାତ୍ରଙ୍କ ସାନ ଝିଅ ମିଲ୍ଲୀ ପାତ୍ରଙ୍କ ସହିତ ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ବିବାହ କରାଇଥିଲେ । ବାହାଘର ଦୁଇମାସ ନ ପୁରୁଣୁ ଶାଶୁ ଶଶୁର ସ୍ବାମୀ ଓ ନଣଦଙ୍କର ଆରମ୍ଭ ହୋଇଥିଲା ବୋହୂ ଉପରେ ଅକଥନୀୟ ନିର୍ଯାତନା । କେବେ ଖାଇବା ଦେଉଥିଲେ ତ କେବେ ନାହିଁ । ଏମିତିକି ମାଡ଼ ମାରିବା ଆରମ୍ଭ କରିଥିଲେ । ଅତ୍ୟାଚାର ସହି ନପାରି ନିଜ ବାପା ମାଙ୍କୁ ଖବର ଦେଇଥିଲେ ମିଲ୍ଲୀ । ବାପା ମା ମଧ୍ୟ ପହଞ୍ଚିଲେ ଝିଅର ଦୁଃଖ ବୁଝିବାକୁ , କିନ୍ତୁ ସେମାନେ ମଧ୍ୟ ବର୍ତ୍ତି ପାରିନଥିଲେ କୈଳାଶ ଏବଂ ଦୀପକର ଆକ୍ରୋଶରୁ । ମାରଣାସ୍ତ୍ର ମାଡରେ ଲହୁଲୁହାଣ ହେଲେ ଝିଅର ବାପମାଆ ।
ସେପଟେ ଅନ୍ୟ କିଛି ଉପାୟ ନପାଇ ଲାହୁଲୁହାଣ ଅବସ୍ଥାରେ ନିଜ ଝିଅକୁ ଧରି ଭୁବନ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ କୁମାର ପାତ୍ରଙ୍କ ସମ୍ପୁର୍ଣ୍ଣ ପରିବାର । ପୋଲିସ ଅଭିଯୋଗ ପାଇବା ପରେ କୈଳାଶ ପାତ୍ର ଏବଂ ଦୀପକ ପାତ୍ରଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଥିବା ବେଳେ ପୋଲିସକୁ ଚକମା ଦେଇ ଉଭୟ ବାପା ପୁଅ ଥାନାରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ଆହୁରି ପଢନ୍ତୁ :
wp:embed {"url":"https://www.prameyanews7.com/school-locked-by-student-at-anandpur/","type":"wp-embed","providerNameSlug":"prameya-news-7"} /wp:embed