Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଯୌତୁକ ପାଇଁ ନବବଧୂକୁ ମାରିଦେଲେ, ଘରୁ ମିଳିଲା ଝୁଲନ୍ତା ମୃତଦେହ

17/03/2023 at 2:39 PM

ଗଜପତି ୧୭/୦୩: ଗଜପତି ଜିଲା ପାରଳାଖେମୁଣ୍ଡି ସାମୁଟିଆ ସାହିରେ ଯୌତୁକ ଜନିତ ବଧୁ ହତ୍ୟା ଭଳି ଘଟଣା ସାମ୍ନାକୁ ଆସିଛି । ସାମୁଟିଆ ସାହିର ସନ୍ତୋଷ ସାହୁଙ୍କ ଘରେ ତାଙ୍କ ପତ୍ନୀ ଜ୍ୟୋତି ସାହୁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଏହାପରେ ସନ୍ତୋଷ ପାରଳାଖେମୁଣ୍ଡି ପୋଲିସକୁ ଜଣାଇଥିଲେ । ପରେ ଜ୍ୟୋତିଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ।

ଜ୍ୟୋତିଙ୍କ ପରିବାର ଲୋକେ ରାଉରକେଲାରେ ରହୁଥିବା ହେତୁ ଗୁରୁବାର ବିଳମ୍ବିତ ରାତିରେ ପହଞ୍ଚି ଝିଅର ଅବସ୍ଥା ଦେଖିବା ସହ ପାରଳାଖେମୁଣ୍ଡି ଥାନାରେ ସନ୍ତୋଷ ,ତାଙ୍କ ପିତାମାତା ଓ ସାନ ଭାଇ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ବାରମ୍ବାର ଟଙ୍କା ମାଗିବା,ଏବଂ ଅନେକ ସମୟରେ ମାଡ଼ମାରି ଗାଳିଗୁଲଜ କରିବା ଭଳି ଅଭିଯୋଗ ଥିଲା । ଏହା ଏକ ଯୌତୁକ ଜନିତ ହତ୍ୟା ହୋଇଥିବା ଅଭିଯୋଗ କରି ମାମଲା ଦାଏର ହୋଇଛି । ସକାଳୁ ପୋଲିସ ଓ ସାଇଣ୍ଟିଫିକ ଟିମ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଜ୍ୟୋତିଙ୍କ ମର ଶରୀରକୁ ଉଦ୍ଧାର କରାଯାଇଛି ।

ଜ୍ୟୋତିଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଯୌତୁକ ଜନିତ ହତ୍ୟାକାଣ୍ଡ ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ସାହିପଡ଼ିଶା ଲୋକଙ୍କ କହିବା ହେଲା ୨୦୧୭ ରୁ ତାଙ୍କର ବିବାହ ହୋଇଥିଲା । କିନ୍ତୁ କେବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବ କେବେ ଦେଖି ନାହାନ୍ତି କି ଶୁଣିନାହାନ୍ତି ।

   Related Posts