DOVE ଏବଂ TRESEMMEରୁ ବଢୁଛି କ୍ୟାନସର, କମ୍ପାନୀ ମଗାଇଲା ଏହି ସମସ୍ତ ପ୍ରଡକ୍ଟ

Published By : Prameya-News7 Bureau | October 26, 2022 IST

ମୁମ୍ଵାଇ ୨୬।୧୦: ଦେଶ ତଥା ବିଶ୍ଵର ଏକ ଜଣାଶୁଣା କମ୍ପାନୀ ୟୁନିଲିଭର । ବର୍ତ୍ତମାନ ସେ ଦାବି କରି କହିଛି ଯେ ଅନେକ ବଡ ବଡ ସାମ୍ପୁର ବ୍ରାଣ୍ଡରେ ଅନେକ କେମିକାଲ ପଦାର୍ଥ ଅଛି। ଯାହା କର୍କଟ ରୋଗ ସୃଷ୍ଟି କରୁଛି । ଏହାକୁ ତୁରନ୍ତ ବଜାରରୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାନୁସାରେ, ୟୁନିଲିଭର ଆମେରିକାର ବଜାରରୁ ଡୋଭ, ନକ୍ସକ୍ସ, ସୁଆଭେ, ଟିଜି ଏବଂ ଟ୍ରେସେମେ, ଏରୋସୋଲ ସମେତ ଅନେକ ଡ୍ରାଏ ସାମ୍ପୁକୁ ମଗାଯାଇଛି।

ଏହି କେମିକାଲରେ ସୃଷ୍ଟି କରିପାରେ କର୍କଟ ରୋଗ

ଏକ ରିପୋର୍ଟ ଅନୁଯାୟୀ,ଡ୍ରାଏ ସାମ୍ପୁରେ ବେନଜିନର ଉପସ୍ଥିତି ଦେଖିବାକୁ ମିଳିଛି। ଏହି କେମିକାଲ କର୍କଟ ରୋଗ ସୃଷ୍ଟି କରୁଥିବାର ଆଶଙ୍କା ଦେଖାଯାଇଛି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ଅନୁଯାୟୀ, ଏହି ଉତ୍ପାଦଗୁଡିକ ଅକ୍ଟୋବର ୨୦୨୧ ପୂର୍ବରୁ ପ୍ରସ୍ତୁତ କରାଯାଇ ସାରା ଦେଶରେ ଖୁଚୁରା ବ୍ୟବସାୟୀମାନଙ୍କୁ ବଣ୍ଟନ କରାଯାଇଥିଲା। ଏଥିମଧ୍ୟରେ ଡୋଭ୍ ଡ୍ରାଏ ସାମ୍ପୁ ଭଲ୍ୟୁମ୍ ଏବଂ ଫୁଲ୍‌ନେସ୍‌, ଡୋଭ୍‌ ଡ୍ରାଏ ସାମ୍ପୋ ଫ୍ରେସ୍ କୋକନଟ୍‌, ନକ୍ସକ୍ସ ଡ୍ରାଏ ସାମ୍ପୋ ଏବଂ ସୁଆଭେ ପ୍ରଫେସନାଲ୍ ଡ୍ରାଏ ସାମ୍ପୁ ରିଫରେସ୍‌।

ମନୁଷ୍ୟ ଭିତରେ କର୍କଟ ରୋଗ ସୃଷ୍ଟି କରିବାର ବେନଜିନର ସାମର୍ଥ୍ୟ ଅଛି। ଯାହା ବିଷୟରେ ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫଡିଏ) ଏହାର ନୋଟିସରେ କହିଛି ଯେ ବେନଜିନ ମାନବ ଶରୀରରେ ଅନେକ ଉପାୟରେ ପ୍ରବେଶ କରିପାରିବ। ଏହା ଶରୀରରେ ଗନ୍ଧ, ପାଟି ଏବଂ ଚର୍ମ ମାଧ୍ୟମରେ ପ୍ରବେଶ କରିପାରେ। ଏହା ଦ୍ଵାରା ଲ୍ୟୁକେମିଆ ଏବଂ ବ୍ଲଡ କ୍ୟାନସର ହୋଇପାରେ। FDA କହିଛି ଯେ ଲୋକମାନେ ଏହିପରି ଉତ୍ପାଦ ବ୍ୟବହାର ବନ୍ଦ କରିବା ଉଚିତ । ସେମାନଙ୍କ ଟଙ୍କା ଫେରସ୍ତ ପାଇଁ UnileverRecall.com ର ୱେବସାଇଟ୍ ପରିଦର୍ଶନ କରିବା ଉଚିତ୍ । ଏହା ଉପରେ ୟୁନିଲିଭର କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ଗତ କିଛି ବର୍ଷ ପୂର୍ବରୁ ଜନସନ୍‌ ଉପରେ ମଧ୍ୟ କାରବାଇ କରାଯାଇଥିଲା ।

ଆପଣ ଜାଣିଥିବେ ଯେ ଗତ ବର୍ଷ ୨୦୨୧ରେ, ପ୍ରକ୍ଟର୍ ଆଣ୍ଡ୍ ଗମବଲ୍ ମଧ୍ୟ ୩୦ ରୁ ଅଧିକ ଏରୋସୋଲ୍ ସ୍ପ୍ରେ ହେୟାର କେୟାର ପ୍ରଡୋକ୍ଟକୁ ଫେରାଇବାକୁ ମଗାଇଥିଲା । ଏଥିରେ ଡ୍ରାଏ ସାମ୍ପୋ ଏବଂ ଡ୍ରାଏ କଣ୍ଡିସନର ସାମିଲ୍‌। ସେହି ସମୟରେ କମ୍ପାନୀ ଚେତାବନୀ ଦେଇଥିଲା ଯେ ଏହି ଉତ୍ପାଦଗୁଡ଼ିକରେ ବେନଜିନ୍‌ ରହିପାରେ ।ଏଥିସହ, କମ୍ପାନୀ ଏକ ଡଜନରୁ ଅଧିକ ପୁରୁଣା ସ୍ପାଇସ୍ ଏବଂ ସିକ୍ରେଟ୍ ବ୍ରାଣ୍ଡର ଡିଓଡୋରାଣ୍ଟ ଏବଂ ସ୍ପ୍ରେକୁ ମାଗାଇ ଥିଲା।  ଏଥିରେ ଆଶଙ୍କା ଥିଲା କି ସେଗୁଡ଼ିକରେ ବେନ୍‌ଜିନ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.