ଜଳୁଛି ଦିଲ୍ଲୀ - ଶାନ୍ତି ରକ୍ଷା ପାଇଁ ଏହି ପରାମର୍ଶ ଦେଲେ ଅଜିତ୍‌ ଡୋଭାଲ୍‌

Published By : Prameya-News7 Bureau | February 26, 2020 IST

ନୂଆଦିଲ୍ଲୀ ୨୫।୦୨: ଜଳୁଛି ଦିଲ୍ଲୀ । ଦେଶର ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ଭୟଙ୍କର ପରିସ୍ଥିତି ଦେଖାଦେଇଛି । ନାଗରିକତା ସଂଶୋଧନ ଆଇନ (CAA)କୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ତିବ୍ର ରୂପେ ନେଇଛି । ସିଏଏକୁ ବିରୋଧ କରି ବିପକ୍ଷବାଦୀ ଓ ସପକ୍ଷବାଦୀ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି । ଯାହାର ଫଳ ସ୍ବରୂପରେ ଦିଲ୍ଲୀରେ ହିଂସା ବଢିଛି । ଏବଂ ଏହି ହିଂସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ଜଣଙ୍କ ଜୀବନ ଗଲାଣି । ହିଂସାରେ ଶତାଧିକ ଲୋକ ଆହତ ହୋଇ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଦିଲ୍ଲୀ ସ୍ଥିତି ସମୀକ୍ଷା କରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିଲ ଡୋଭାଲ ଦିଲ୍ଲୀ ଅଞ୍ଚଳ ଗସ୍ତ କରିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1232630856247848960","type":"rich","providerNameSlug":"twitter","className":""}
https://twitter.com/ANI/status/1232630856247848960
/wp:core-embed/twitter

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଦିଲ୍ଲୀ ପରିସ୍ଥିତ କିପରି ସୁଧୁରିବ , ସେନେଇ ଦାୟିତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ବୁଧବାର ଦିନ ଅଜିତ୍ ଡୋଭାଲ ନର୍ଥ-ଇଷ୍ଟ ଦିଲ୍ଲୀ ସୀଲମପୁର ଅଞ୍ଚଳରେ ଥିବି ଡିସିପି ଅଫିସ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ବିଷୟରେ ତଦାରଖ କରିଛନ୍ତି । ଡିସିପି ଅଫିସ ସମୀକ୍ଷା ପରେ ଡୋଭାଲ ହିଂସାଗ୍ରସ୍ଥ ଅଞ୍ଚଳ ଗସ୍ତ କରିଛନ୍ତି । ଗସ୍ତ ସମୟରେ ସେ ସ୍ଥାନୀୟ ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି । ଏହାପରେ ଅଜିତ ଡୋଭାଲ ଦିଲ୍ଲୀର ମୋଜପୁର ଓ ଜାଫରବାଦ ଅଞ୍ଚଳ ମଧ୍ୟ ଗସ୍ତ କରିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1232627647265615872","type":"rich","providerNameSlug":"twitter","className":""}
https://twitter.com/ANI/status/1232627647265615872
/wp:core-embed/twitter

ହିଂସାଗ୍ରସ୍ଥ ଅଞ୍ଚଳରେ ଗସ୍ତ ପରେ ଡୋଭାଲ କହିଛନ୍ତି ଯେ, ପୋଲିସ ଠିକଣା ଭାବରେ କାମ କରୁଛି। ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସାଧାରଣ ଲୋକ ସନ୍ତୁଷ୍ଟ ଅଛନ୍ତି ।ରାଜଧାନୀରେ ହିଂସା ବରଦାସ୍ତ କରାଯିବ ନାହିଁ । ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି ।  ତେବେ ହିଂସାଗ୍ରସ୍ତ ଅଞ୍ଛଳରେ ଗସ୍ତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରିପୋର୍ଟ କରିବେ ବୋଲି ସୂଚନା ମିଳିଛି ।

wp:core-embed/twitter {"url":"https://twitter.com/ANI/status/1232629746942394374","type":"rich","providerNameSlug":"twitter","className":""}
https://twitter.com/ANI/status/1232629746942394374
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.