ଭଦ୍ରକରେ ନକଲି ଜର୍ଦ୍ଦା କାରଖାନା ଠାବ,ଗୋଟିଏ ଟ୍ରକ ନକଲି ସାମଗ୍ରୀ ଓ ପ୍ୟାକିଂ ମେସିନ ସହ ଜଣେ ଗିରଫ

Published By : Prameya-News7 Bureau | October 18, 2018 IST

ଭଦ୍ରକ;୧୮/୧୦- ଭଦ୍ରକ ସହର ପାଲଟିଛି ନକଲି ଜର୍ଦ୍ଦା କାରଖାନର ହବ୍ । ଦୁଇମାସ ଭିତରେ ୬ଟି ଜର୍ଦ୍ଦା କାରଖାନା ଠାବ କରିଛି ଭଦ୍ରକ ପୋଲିସ । ୫୦ଲକ୍ଷ ଟଙ୍କାରୁ ଅଧିକ ଜର୍ଦ୍ଦା ଜବତ ସହ ସଂପୃକ୍ତି ଅଭିଯୋଗରେ ସାତଜଣଙ୍କୁ ଗିରଫ କରିଛି । ତେବେ ଏତେ ପରିମାଣର ନକଲି ଜର୍ଦ୍ଦା ପ୍ରସ୍ତୁତି ସାମଗ୍ରୀ ଆସୁଛି କେଉଁଠୁ । କରବାରରେ ଆଉକିଏ କିଏ ସଂପୃକ୍ତି ଅଛନ୍ତି ତାର ଖୋଳତାଡ ଚଳାଇଛି ପୋଲିସ । ଗତ ଅଗଷ୍ଟ ମାସରେ  ୨୦ଲକ୍ଷରୁ ଅଧିକ ଟଙ୍କାର ଜର୍ଦ୍ଦା ତିଆରି ସାମଗ୍ରୀ, ଜର୍ଦ୍ଦା ପ୍ୟାକିଂ ମେସିନ, ବିଭିନ୍ନ କଂପାନୀର ଜର୍ଦ୍ଦା ଡବା ଜବତ ହୋଇଥିଲା  । ଆଉ ଚାରି ଜଣଙ୍କୁ ପୋଲିସ ଗିରଫ ବି କରିଥିଲା । ଏହାସହ ବିଭିନ୍ନ ସୟରେ ଯେମିତିକି ଅଗଷ୍ଟ ୩୦ତାରିଖରେ ପୁରୁଣା ବଜାର,ସେପ୍ଟେମ୍ବର ୧୫ରେ ଆରଡି ଛକରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଆଉ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିବା ସହ ଜଣଙ୍କୁ ଗିରଫ କରିଥିଲା । ତେବେ ବୁଧବାର ଦିନ ଭଦ୍ରକ ଟାଉନ ପୋଲିସ ସହରର ବଙ୍କବାସୁଦେବପୁରରୁ ଏକ ବଡ ନକଲି ଜର୍ଦ। କାରଖାନା ଠାବ କରିଛି । ଜଣଙ୍କୁ ଗିରଫ କରିବା ସହ ଗୋଟିଏ ଟ୍ରକ ନକଲି ଜର୍ଦ।, ପ୍ୟାକିଂ ସାମଗ୍ରୀ ପୋଲିସ ଜବତ କରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.