ତୁର୍କୀରେ ପୁଣି ୬.୪ ତିବ୍ରତା ବିଶିଷ୍ଟ ଭୂମିକମ୍ପ, ୩ ମୃତ ୨୦୦ରୁ ଅଧିକ ଆହତ
21/02/2023 at 8:26 AM

ନୂଆଦିଲ୍ଲୀ: ସୋମବାର ତୁର୍କିରେ ପୁଣି ଭୂମିକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୪ ରେକର୍ଡ କରାଯାଇଛି । ଏହି ଭୂକମ୍ପ ତୁର୍କୀର ହୈତେ ପ୍ରାନ୍ତରେ ଅନୁଭୂତ ହୋଇଛି। ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ସୋମବାର ବିଳମ୍ବିତ ରାତିରେ ତୁର୍କୀ ଓ ସିରିଆ ସୀମାନ୍ତ ଅଞ୍ଚଳ ଏହି ଭୂମିକମ୍ପ ଝଟକା ଲାଗିଛି । ୟୁରୋପିଆନ ଭୂବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯୟୀ, ଏହାର ତିବ୍ରତା ଏହାର ୬.୪ ରହିଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳୀ ହୈତେ ଭୂପୃଷ୍ଠ ଠାରୁ ୨ କିଲୋମିଟର ଗଭୀରତାରେ ରହିଛି । ଭୂମିକମ୍ପ ଝଟକା ଲାଗିବା ଫଳରେ ବହୁ ଘର ଭାଙ୍ଗିଯାଇଛି ।
ଏହାପୂର୍ବରୁ ଫେବୃଆରୀ ୬ ତାରିଖରେ ତୁର୍କୀ-ସିରିୟାରେ ଭୟଙ୍କର ଭୂମିକମ୍ପ ହୋଇଥିଲା। ଏଥିରେ ଉଭୟ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୬ ହଜାରରୁ ଅଧିକ ହୋଇଛି । କେବଳ ତୁର୍କୀରେ ୪୧ ହଜାରରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ଦେଢ଼ ଲକ୍ଷରୁ ଅଧିକ ବିଲ୍ଡିଂ ଭୂଶୁଡ଼ି ପଡ଼ିଛି। ସେହିପରି ସିରିୟାରେ ମୃତ୍ୟୁ ସଂଖ୍ୟା ୪ ହଜାରରୁ ଅଧିକ ହୋଇଥିବାବେଳେ ଅଧିକାଂଶ ଲୋକ ବାସହରା ହୋଇଛନ୍ତି। ଆହତଙ୍କ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।