Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ରବିବାରଠୁ ଆରମ୍ଭ ହେବ ଡଟ୍‌ ଫେଷ୍ଟ, ତାରକାଙ୍କ ପାଖକୁ ପବ୍ଲିକ ଯିବା ବାରଣ

14/01/2023 at 2:31 PM

ଭୁବନେଶ୍ୱର ୧୪।୦୧ : ରବିବାରଠୁ ଆରମ୍ଭ ହେବ ଡଟ୍‌ ଫେଷ୍ଟ । ହକି ବିଶ୍ୱକପ ୨୦୨୩ ପାଇଁ ସ୍ୱତନ୍ତ୍ର ଭାବେ ଆୟୋଜନ ହୋଇଛି ଡଟ୍‌ ଫେଷ୍ଟ । ଏଥିରେ ଯୋଗଦେବେ ଜାତୀୟସ୍ତରର କଳାକାର । ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବାକୁ ଥିବା ବେକେ ୨୯ ଯାଏ ଡ଼ଟଫେଷ୍ଟ ଚାଳିବ ।

ତେବେ ଏହି କାର୍ଯ୍ୟକ୍ରମରେ ୭୦୦୦ ଲୋକଙ୍କ ବସିବା ବ୍ୟବସ୍ଥା ହୋଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ଭୁବନେଶ୍ୱର ଡିସିପି । ସୁରକ୍ଷା ଦାୟିତ୍ୱ ରେ ରହିବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ । ଯେଉଁଥିରୁ ୫ ପ୍ଲାଟୁନ ଟ୍ରାଫିକ ଦାୟିତ୍ୱରେ ରହିବେ । ୨ ଜଣ ଅତିରିକ୍ତ ଡିସିପିଙ୍କ ସହ ୬ଜଣ ଏସିପି, ୫୧ଜଣ ଆଇଆଇସି  ଅଧିକାରୀ ରହିବେ । ପୁରା ସିସିଟିଭି ସର୍ଭିଲାନ୍ସରେ ରହିଛି ପୁରା ପ୍ରଦର୍ଶନୀ ପଡିଆ ।

ସେହିପରି ଅପରାଧୀଙ୍କ ଉପରେ ନଜର ରଖିବେ ସ୍ୱତନ୍ତ୍ର ଟିମ । ଡଟଫେଷ୍ଟ ସମୟରେ ରାମମନ୍ଦିର ଛକରୁ ସଚିବାଳୟ ମାର୍ଗ ପର୍ଯ୍ୟନ୍ତ ସଂଧ୍ୟାରେ ଗାଡ଼ି ଚଳାଚଳ ବନ୍ଦ ରହିବ । ୬ଟି ପର୍ଯ୍ୟାୟରେ ଲୋକଙ୍କ ବସିବା ପାଇଁ ବ୍ୟବସ୍ତା କରାଯାଇଥିବା ବେଳେ ଲୋକମାନେ ଛିଡା ହୋଇ ଦେଖିବାର ବ୍ୟବସ୍ଥା ବି ହୋଇଛି । ତାରକାଙ୍କ ପାଖକୁ ସାଧାରଣଲୋକଙ୍କ ଯିବା ବାରଣ ରହିଛି । କ୍ୟାପିଟାଲ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ହିନ୍ଦୀ ସ୍କୁଲ ଓ଼ ଫୁଟବଲ ଗ୍ରାଉଣ୍ଡରେ ହେବ ପାର୍କିଂ । ମୋ ବସରେ ମାଗଣା ଯାତାୟାତ ସୁବିଧା ହକି ଟିକେଟ ବା ପାସ୍ ଧାରୀଙ୍କ ପାଇଁ ହୋଇଥିବାରୁ ଗାଡ଼ି ନଆଣି ମୋ ବସକୁ ସହଯୋଗ ନେବାକୁ ଅନୁରୋଧ କରିଛନ୍ତି ଡିସିପି।

   Related Posts