ବଜାରକୁ ଆସିଲା ନୂଆ ଦୋସା ପ୍ରିଣ୍ଟର, ଗୋଟିଏ ବଟନରେ ବାହାରୁଛି କ୍ରିପସି ଦୋସା

Published By : Prameya-News7 Bureau | August 25, 2022 IST

ନୂଆଦିଲ୍ଲୀ ୨୫।୦୮: ବିଜ୍ଞାନ ଦୁନିଆରେ ଗୋଟିଏ ପରେ ଗୋଟିଏ କୃତିତ୍ୱ ହାସଲ କରୁଛି ମଣିଷ । ଦୈନନ୍ଦିନ ଜୀବନର ସବୁ କାମ ଲାଗି ମଣିଷ ଏବେ ମେସିନ୍‌ ନିର୍ମାଣ କରୁଛି । ଏବେ ବଜାରକୁ ଏଭଳି ଏକ ମେସିନ୍‌ ଆସିଛି, ଯାହା ମାଧ୍ୟମରେ ଦୋସା ପ୍ରିଣ୍ଟ କରାଯାଇ ପାରିବ । ହଁ, ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ସୋସିଆଲ ମିଡିଆରେ ଏବେ ଏହି ମେସିନ୍‌ର ଭିଡିଓ ଭାଇରାଲ ହେଉଛି । ଏହାକୁ ଦୋସା ପ୍ରିଣ୍ଟର୍‌ କୁହାଯାଉଛି । ସାଧାରଣ ପ୍ରିଣ୍ଟର୍‌ ଭଳି ଏଥିରେ ପତଳା ଓ କ୍ରିସ୍‌ପି ଦୋସା ପ୍ରିଣ୍ଟ ହେଉଛି ।

wp:html /wp:html

ଟ୍ୱିଟର୍‌ରେ ସମନ୍ଥା ନାମକ ଜଣେ ୟୁଜର୍‌ ଏହି ମେସିନ୍‌ର ଏକ ଭିଡିଓ ସେୟାର କରଛନ୍ତି, ଯାହାକୁ ଦେଖି ଲୋକେ ଚକିତ ହୋଇଛନ୍ତି । ଭିଡିଓରେ ସେ ମେସିନ୍‌ର ଏକ ପାଶ୍ୱର୍ରେ ଦୋସା ଘୋଳ ଢାଳିଛନ୍ତି । ଏହା ପରେ ସେ ଦୋସାର ବହଳକୁ ଚୟନ କରିଛନ୍ତି ଏବଂ କେତୋଟି ଦୋସା ଆବଶ୍ୟକ, ତା’ର ବଟନ୍‌କୁ ଦବାଇଛନ୍ତି । କିଛି ସେକେଣ୍ଡ ମଧ୍ୟରେ ପ୍ରିଣ୍ଟର୍‌ରୁ ଆପଣାଛାଏଁ ଏକ ପତଳା ଓ କ୍ରିସ୍‌ପି ଦୋସା ବାହାରି ଆସୁଛି । ସେ ଏହି ଅବିଶ୍ୱସନୀୟ ଭିଡିଓ ପୋଷ୍ଟ କରିବା ପରେ ଚର୍ଚ୍ଚା ଜୋର ଧରିଛି ।

ଲୋକେ ଏହି ଟେକ୍ନୋଲୋଜିକୁ ଦେଖି ଚକିତ ହେଉଛନ୍ତି। ଭାରତର ଅନ୍ୟତମ ସବୁଠୁ ଲୋକପ୍ରିୟ ଖାଦ୍ୟ ହେଉଛି ଦୋସା । ଏବେ ଦୋସା ପ୍ରସ୍ତୁତକାରୀ ପ୍ରିଣ୍ଟର୍‌ ବଜାରକୁ ଆସିବା ପରେ ଦୋସାପ୍ରେମୀଙ୍କୁ ଆଉ ବଜାର ଦୋସା ଖାଇବାକୁ ପଡ଼ିବ ନାହିଁ । ଘରେ ପତଳା ଓ କ୍ରିସ୍‌ପି ଦୋସାର ମଜା ନେଇପାରିବେ । ଏହି ପ୍ରିଣ୍ଟର୍‌ ଏ-୪ ସାଇଜ୍‌ର ପେପର୍‌ ଦୋସା ପ୍ରସ୍ତୁତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.