ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଦୁନିଆର ସବୁଠୁ ଛୋଟ ଟିନ୍‌ଏଜର : ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ଦୋର ବାହାଦୁର ଖାପାଙ୍ଗିଙ୍କ ନାମ ହେଲା ସାମିଲ୍‌

26/05/2022 at 10:46 AM

ନୂଆଦିଲ୍ଲୀ ୨୬।୦୫ : ନେପାଳର ଦୋର ବାହାଦୁର ଖାପାଙ୍ଗି  ଦେଖିବାକୁ ଛୋଟ। କିନ୍ତୁ ତାଙ୍କ ବିଶେଷତା ହେତୁ ସେ ଦୁନିଆରେ ପ୍ରସିଦ୍ଧ ହୋଇପାରିଛନ୍ତି । ବିଶ୍ବର ସବୁଠାରୁ ଛୋଟ ଟିନ୍‌-ଏଜର ଭାବେ ଆଖ୍ୟା ପାଇଛନ୍ତି। ବାସ୍ତବରେ ସେ ଗିନିଜ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ଦୋର ବାହାଦୁରଙ୍କୁ ବିଶ୍ୱର ସର୍ବ କନିଷ୍ଠ ଟିନ୍‌ଏଜର ବୋଲି ଘୋଷଣା କରାଯାଇଛି।

ଗତ ମଙ୍ଗଳବାର କାଠମାଣ୍ଡୁରେ ନେପାଳ ପର୍ଯ୍ୟଟନ ବୋର୍ଡ (ଏନଟିବି) ମୁଖ୍ୟ ଏକ ସମାରୋହରେ ଦୋର ବାହାଦୁର ଖାପାଙ୍ଗୀଙ୍କୁ ଗିନିଜ ୱାର୍ଲ୍ଡ ରେକର୍ଡଧାରୀ ସାର୍ଟିଫିକେଟ୍ ଘୋଷିତ କରାଯାଇଛି। ଦୋରଙ୍କ ଉଚ୍ଚତା ମାତ୍ର ୭୩.୪୩ ସେମି (୨ ଫୁଟ ୪.୯ ଇଞ୍ଜ) ଦୋର ବାହାଦୁର ୧୪ ନଭେମ୍ବର ୨୦୦୪ରେ ଜନ୍ମଗ୍ରହଣ କରିଥିଲେ। ଦୋର ନିଜ ଗାଁର ପ୍ରଥମ ଶ୍ରେଣୀରେ ପାଠ ପଢନ୍ତି। ହେଲେ ବେଳେବେଳେ ସେ ଅଳ୍ପ ଉଚ୍ଚତା ହେତୁ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ଦୋର ତାଙ୍କ ବାପା-ମାଆ ଓ ଭାଇ-ଭଉଣୀ ସହ ରହୁଛନ୍ତି ।

ଦୋର ଯେତେବେଳେ ବାହାରକୁ ଯାଆନ୍ତି ତାଙ୍କ ସହ ତାଙ୍କ ଭାଇ ମଧ୍ୟ ଯାଆନ୍ତି। ଯେତେବେଳେ ବି ୧୮ବର୍ଷର ଦୋର ବାହାରକୁ ଆସନ୍ତି, ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥାଏ । ସବୁବେଳେ ଦୋର କାହା ନା କାହାର ଆବଶ୍ୟକ ପଡନ୍ତି । କିନ୍ତୁ ଘରେ ତାଙ୍କର ସବୁବେଳେ ମଜାମସ୍ତି ଲାଗି ରହିଥାଏ। କିନ୍ତୁ ଦୋରଙ୍କ ଭାଇ ନାରା ଖାପଙ୍ଗୀ କହିଛନ୍ତି ଯେ ‘ମୁଁ ମୋ ଭାଇ ପାଇଁ ଦୁଃଖିତ, କାରଣ ସେ ଠିକ୍ ଭାବରେ ବିକାଶ କରିପାରୁ ନାହାଁନ୍ତି। ଯେତେବେଳେ ସେ ଜନ୍ମ ହେଲା ସବୁ କିଛି ଠିକ୍‌ ଥିଲା କିନ୍ତୁ ସାତ ବର୍ଷରୁ ସେ ବଢି ପାରି ନଥିଲା। ହେଲେ ଆମେ ସମସ୍ତେ ତା ହାତ ଛାଡିବୁ ନାହିଁ। ମୁଁ ଖୁସି ଯେ ସେ ଗିଜିନ୍‌ ୱାର୍ଲ୍ଡ ରେକର୍ଡରେ ନାମ ସୃଷ୍ଟି କରି ସାର୍ଟିଫିକେଟ୍ ପାଇ ପାରିଛି।

ଗିନିଜ୍ ବୁକ୍‌ରେ ନାମ ଆସିବାରୁ ଦୋର ଏବଂ ତାଙ୍କ ପରିବାର ବହୁତ ଖୁସି। ଦୋରଙ୍କ ଖୁସି କହିଲେ ନସରେ।  କାହିଁକି ନା ସବୁଠାରୁ ଛୋଟ କିଶୋର ତଥା ଟିନ୍‌ଏଜର ଆଖ୍ୟା ପାଇବା ସହିତ ଦୋର ସମଗ୍ର ବିଶ୍ୱରେ ପ୍ରସିଦ୍ଧ ହୋଇପାରିଛନ୍ତି ।

   Related Posts