ୟୁଟ୍ୟୁବ ଧ୍ୟାନ ହଟାଇଲା, ଏଥିପାଇଁ ପରୀକ୍ଷାରେ ଫେଲ ହେଲି- ଆବେଦନକାରୀଙ୍କୁ ଜରିମାନା ଲଗାଇଲେ SC

Published By : Prameya-News7 Bureau | December 09, 2022 IST

ନୂଆଦିଲ୍ଲୀ: ଗୁଗଲ ଇଣ୍ଡିଆଠାରୁ ୭୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରୁଥିବା ଜଣେ ଆବେଦନକାରୀଙ୍କ ଉପରେ ସୁପ୍ରିମକୋର୍ଟ ଓଲଟା ଜରିମାନା ଲାଗୁ କରିଛନ୍ତି । ଆବେଦନକାରୀଙ୍କ ଅଭିଯୋଗ ଥିଲା ଯେ ୟୁଟ୍ୟୁବରେ ପ୍ରସାରିତ ବିଜ୍ଞାପନ ଯୋଗୁଁ ତାଙ୍କ ଧ୍ୟାନ ଭାଙ୍ଗୁଥିଲା ଏବଂ ଏଥିପାଇଁ ସେ ପରୀକ୍ଷାରେ ଫେଲ ହୋଇଗଲେ । ଏହା ଉପରେ କୋର୍ଟ କହିଥିଲେ ଯେ ଏହା ଏକ ଖରାପ ଯାଚିକା । ଏହା ଜରିଆରେ କୋର୍ଟଙ୍କ ସମୟ ବରବାଦ କଲେ ।

ମଧ୍ୟ ପ୍ରଦେଶର ପନ୍ନାରେ ବାସ କରୁଥିବା ଆବେଦନକାରୀ ଆନନ୍ଦ କିଶୋର ଚୌଧୁରୀ କହିଥିଲ ଯେ ସେ ରାଜ୍ୟ ସେବାର ଏକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଏହି ସମୟରେ ୟୁଟ୍ୟୁବ ଦେଖିବା ବେଳେ ଲଗାତାର ଏପରି ବିଜ୍ଞାପନ ଆସୁଥିଲା ଯେଉଁଥିରେ ସେକ୍ସୁଆଲ ସାମଗ୍ରୀ ରହିଥିଲା । ଏହା ଦ୍ୱାରା ଧ୍ୟାନ ଭାଙ୍ଗୁଥିଲା ଏବଂ ପରୀକ୍ଷାରେ ସଫଳତା ମିଳିଲା ନାହିଁ । ଏହାକୁ ନେଇ ସେ ଗୁଗଲ ଇଣ୍ଡିଆଠାରୁ ୭୫ ଲକ୍ଷ ଟଙ୍କା ଜରିମାନା ଦାବି କରି ଯାଚିକା ଦାଖଲ କରିଥିଲେ ।

ଯାଚିକାକୁ ଦେଖି ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଅଭୟ ଏସ ଓକା ବେଶ କ୍ଷୁବ୍ଧ ହୋଇଥିଲେ । ଜଷ୍ଟିସ କୌଳ କହିଥିଲେ ଯେ ଆପଣ ଦେଖିବାକୁ ଚାହୁନାହାନ୍ତି ଯଦି ବିଜ୍ଞାପନ ଦେଖ ନାହିଁ । ଏହିପରି ଖରାପ ଯାଚିକା କୋର୍ଟଙ୍କ ସମୟ ବରବାଦ କରୁଛି । ଆପଣଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଉଛି । ଜଜଙ୍କ ଏହି ଆଭିମୁଖ୍ୟ ଦେଖି ଆବେଦନକାରୀ କ୍ଷମା ପ୍ରାର୍ଥନା କରିଥିଲେ । ଆବେଦନକାରୀ କହିଥିଲେ, କ୍ଷମା କରି ଦିଅନ୍ତୁ । ଏହା ଉପରେ ଜଷ୍ଟିସ କୌଳ କହିଥିଲେ ଜରିମାନା କମ କରିଦେବି କିନ୍ତୁ କ୍ଷମା କରିବ ନାହିଁ । ଏହାପରେ ବିଚାରପତି ଜରିମାନା ରାଶିକୁ ୨୫ ହଜାରକୁ କମାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.