Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କମଳା ଖାଇବା ପରେ ଫିଙ୍ଗନ୍ତୁ ନାହିଁ ଚୋପା, ଜାଣନ୍ତୁ ଏହାର ୫ଟି ଫାଇଦା

17/10/2022 at 9:55 AM

ଆମ ଦେଶରେ କମଳା ଉତ୍ପାଦନ ଅଧିକ ହୋଇଥାଏ । ଏହି ଫଳକୁ ଅତି ଉତ୍ସାହର ସହ ଖିଆଯାଇଥାଏ । ଏହାର ଖଟା-ମିଠା ସ୍ବାଦ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଏଥିରେ ଥିବା ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ଫୋଲେଟ୍ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହାର ଭିତରର ଫଳକୁ ତ ଆମେ ଖାଇଥାଉ କିନ୍ତୁ ଏହାର ଚୋପାକୁ ଫୋପାଡି ଦେଇଥାଉ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଏହା କରିବା ଦ୍ବାରା ଆପଣ କମଳା ଚୋପାର ଉପକାରିତାରୁ ବଞ୍ଚିତ ହେବେ । ତେବେ ଆସନ୍ତୁ ଜାଣିବା କମଳା ଚୋପାର କ’ଣ ରହିଛି ଉପକାରିତା ।

ଚର୍ମ ପାଇଁ ଭଲ :

କମଳା ଚୋପା ଆମ ତ୍ବଚା ପାଇଁ କୌଣସି ଉପହାରକୁ କମ୍ ନୁହେଁ । ଯଦି ଆପଣଙ୍କ ତ୍ବଚା ତେଲିଆ ହୋଇଥାଏ ତେବେ ଏହା କୌଣସି ଔଷଧଠାରୁ କମ୍ ନୁହେଁ । ଏହାକୁ ଗୁଣ୍ଡକରି ମହୁ ସହ  ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ । ଆପଣଙ୍କ ମୁହଁରେ ଚମକ ଆସିବ ଏବଂ ଦାଗ ମଧ୍ୟ ଦୂର ହୋଇଯିବ ।

ଶୋଇବାରେ ସହାୟକ ହୋଇଥାଏ :

ଯଦି ଆପଣଙ୍କୁ ଆରାମଦାୟକ ନିଦ ଆସୁନାହିଁ ତେବେ ଏଥିପାଇଁ କମଳା ଚୋପାକୁ ପାଣିରେ ମିଶାଇ ଗରମ କରନ୍ତୁ । ପରେ ଏହାକୁ ପିଅନ୍ତୁ । ନିୟମିତ ଏଭଳି କରିବା ଦ୍ବାରା ରାତିରେ ଭଲ ନିଦ ଆସିଥାଏ ।

ବଢିବ ରୋଗ ପ୍ରତିରୋଧକ ଶକ୍ତି :

କମଳା ଚୋପାରେ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । କରୋନା ଭାଇରସ୍ ମଧ୍ୟରେ ସବୁବେଳେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ କୁହାଯାଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ କମଳା ଚୋପା ବେଶ୍ ଉପଯୋଗୀ ହୋଇପାରେ । ଏଥିପାଇଁ କମଳା ଚୋପାକୁ ଗରମ ପାଣିରେ ଧୋଇ ଖାଇପାରିବେ । କିଛି ଲୋକ ଚିନି ଏବଂ ଲେମ୍ବୁ ସହ ଏହାକୁ ଖାଇବାକୁ ପସନ୍ଦ କରନ୍ତି ।

କେଶ କଣ୍ଡିସନର ଭାବେ କାମ କରେ :

ଆମେ ପ୍ରାୟତଃ ବଜାରରୁ ମହଙ୍ଗା ଏବଂ କେମିକାଲ ଯୁକ୍ତ କଣ୍ଡିସନର ବ୍ୟବହାର କରିଥାଉ । କିନ୍ତୁ ଆପଣ ଜାଣନ୍ତି କି ଏଥିପାଇଁ କମଳା ଚୋପା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଏହି ଚୋପାରେ କ୍ଲୋଜିଂ ଗୁଣ ଥାଏ ଯାହା କେଶ ପାଇଁ ଲାଭଦାୟକ ହୋଇଥାଏ । ଏଥିପାଇଁ କମଳା ଚୋପାକୁ ଶୁଖାଇ ଗୁଣ୍ଡ କରନ୍ତୁ, ତାପରେ ସେଥିରେ ମହୁ ମିଶ୍ରିତ କରି ମୁଣ୍ଡରେ ଲଗାନ୍ତୁ । କିଛି ସମୟ ପରେ ଧୋଇବା ପରେ କେଶ ଚମକିବ ।

ରୁପିରୁ ମିଳିବ ମୁକ୍ତି :

ଯେତେବେଳେ କେଶରେ ରୁପି ଦେଖାଯାଏ ସେତେବେଳେ ଆପଣଙ୍କୁ ଲାଜ ଲାଗିଥାଏ । ଏଥିପାଇଁ ଆପଣ କମଳା ଚୋପାକୁ ଶୁଖାଇ ଗୁଣ୍ଡ କରନ୍ତୁ ଏବଂ ସେଥିରେ ନଡିଆ ତେଲକୁ ମିଶାନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାଇବା ଦ୍ବାରା ରୁପି ଦୂର ହୋଇଥାଏ ।

   Related Posts