AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଓ୍ଵିକିପିଡିଆ ଭରସାରେ ରୁହ ନାହିଁ, ଏହା ସଂପୂର୍ଣ୍ଣ ବିଶ୍ଵାସଯୋଗ୍ୟ ନୁହେଁ; ଅଦାଲତକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

17/01/2023 at 11:30 PM

ନୂଆଦିଲ୍ଲୀ: ଓ୍ଵିକିପିଡିଆ ଭରସାରେ ରୁହ ନାହିଁ। ଏହା ସଂପୂର୍ଣ୍ଣ ବିଶ୍ଵାସଯୋଗ୍ୟ ନୁହେଁ। ମଙ୍ଗଳବାର ଏକ ରାୟ ଶୁଣାଣି ବେଳେ ଅଦାଲତଗୁଡିକୁ ଏମିତି ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଆଇନ ସଂକ୍ରାନ୍ତୀୟ ମାମଲାର ସମାଧାନ ପାଇଁ ଓ୍ଵିକିପିଡିଆର ସାହାରା ନିଆନଯାଉା। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ବିକ୍ରମ ନାଥଙ୍କ ପୀଠ କହିଛନ୍ତି, ଓ୍ଵିକିପିଡିଆରେ ତଥ୍ୟ ସାଧାରଣ ଲୋକଙ୍କ ସୂଚନା ପାଇଁ ଦିଆଯାଏ। ପୁଣି ଏହାର ସଂଶୋଧନ କରାଯାଏ। ତେଣୁ ଓ୍ଵିକିରେ ଥିବା ସୂଚନା ସଠିକ୍ ନା ନାହିଁ ତାହା ଆକଳନ କରାଯାଇ ପାରିବ ନାହିଁ।

ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ଏହି ପ୍ଲାଟଫର୍ମ ଦୁନିଆରେ ନିଃଶୁଳ୍କ ସୂଚନାର ସ୍ରୋତ ହୋଇପାରେ। ମାତ୍ର ଆଇନଗତ ମାମଲାରେ ଏହାର ତଥ୍ୟ ଦେବା ସମୟରେ ଆମକୁ ସତର୍କ ରହିବା ଉଚିତ୍। ଆମେ ଏଥିପାଇଁ କହୁଛୁ କାରଣ ଜ୍ଞାନର ଭଣ୍ଡାର ହେବା ସତ୍ତ୍ଵେ ଏହି ପ୍ଲାଟଫର୍ମ ସଂପୂର୍ଣ୍ଣ ଭାବେ ଭରସାଯୋଗ୍ୟ ନୁହେଁ। କାରଣ ସାଧାରଣ ଲୋକଙ୍କ ଦ୍ଵାରା ବିନା କୌଣସି ନୀରିକ୍ଷଣରେ ସୂଚନା ଲେଖାଯାଏ ଏବଂ ପୁଣି ସଂଶୋଧନ କରାଯାଏ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଅଦାଲତ ଏବଂ ନିର୍ଣ୍ଣାୟକାରୀ ପ୍ରାଧିକରଣକୁ ଶୁଣାଣି ସମୟରେ ଅଧିକ ଭରସାଯୋଗ୍ୟ ଏବଂ  ସଠିକ୍ ସ୍ରୋତର ତର୍କ ଦେବା ଉଚିତ୍। ଏହି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, କମିସନର ଅଫ କଷ୍ଟମ ବେଙ୍ଗାଲୁରୁ ବନାମ ଏସେର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍(୨୦୦୮)୧ ଏସଏସସି ୩୮୨ର ଉଦାହରଣ ଦେଇଥିଲେ। ଉକ୍ତ ମାମଲାରେ କୁହାଯାଇଥିଲା ଯେ, ଓ୍ଵିକିପିଡିଆ ଏକ ଅନଲାଇନ ଇନସାକ୍ଲୋପିଡିଆ ଅଟେ। ଏଠାରେ କେହି ବି ବ୍ୟକ୍ତି ସୂଚନା ଦେଇ ପାରିବେ ଏବଂ ସଂଶୋଧନ କରି ପାରିବେ। ତେଣୁ ଓ୍ଵିକିପିଡିଆ ସଂପୂର୍ଣ୍ଣ ବିଶ୍ଵାସଯୋଗ୍ୟ ନୁହେଁ ବିଶେଷ କରି ନ୍ୟାୟିକ ମାମଲାରେ।

   Related Posts