LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଜୁନ ୧ରୁ ବିଜୁଳି ବିଲ୍ ନ ଦେବାକୁ ଲୋକଙ୍କୁ ଅନୁରୋଧ କଲେ ବିଜେପି ସାଂସଦ

25/05/2023 at 8:29 PM

ବେଙ୍ଗାଲୁରୁ: ନିର୍ବାଚନ ପୂର୍ବରୁ କଂଗ୍ରେସ ଲୋକଙ୍କୁ ଯେଉଁ ମାଗଣା ଲୋଭ ଦେଖାଇଥିଲା, ତାହା ଏବେ ଦଳ ପାଇଁ ମହଙ୍ଗା ପଡ଼ୁଛି। ଲୋକ ମାଗଣା ବସ୍‌ ଓ ବିଜୁଳି ସେବା ଦେବାକୁ ଦାବି କରିବା ଆରମ୍ଭ କରିଦେଇଛନ୍ତି। ଗତକାଲି ଜଣେ ମହିଳା ଟିକେଟ ନ କାଟି ବସ୍‌ରେ ଚଢ଼ି ମାଗଣା ଯିବାକୁ କଣ୍ଡକ୍ଟରଙ୍କ ସହ ପାଟିତୁଣ୍ଡ କରିଥିଲେ। ଯଦି ମାଗଣା ଦେଇପାରିବ ନାହିଁ ତେବେ ଘୋଷଣା କାହିଁକି କଲ ବୋଲି ସେ ଅଭିଯୋଗ କରିଥିଲେ। ସେହିପରି ଲୋକେ ଏଥର ବିଜୁଳି ବିଲ୍ ଦେବେ ନାହିଁ ବୋଲି କହୁଛନ୍ତି। କେତେକ ଜାଗାରେ ବିଜୁଳି ବିଲ୍ ମାଗି କର୍ମଚାରୀ ମାଡ଼ ଖାଇଥିବାର ଖବର ଶୁଣିବାକୁ ମିଳୁଛି।

ଅନ୍ୟପଟେ ଲୋକଙ୍କ ଲୋଭର ନିଆଁରେ ଆହୁରି ଘିଅ ଢାଳୁଛି ବିଜେପି। ମହିଶୂର ବିଜେପି ସାଂସଦ ପ୍ରତାପ ସିହ୍ମା ଲୋକଙ୍କୁ ବିଜୁଳି ବିଲ୍ ନ ଦେବାକୁ ଅନୁରୋଧ କରିଛନ୍ତି। ଜୁନ ୧ ତାରିଖ ଠାରୁ ବିଜୁଳି ବିଲ୍ ନ ଦେବାକୁ ସେ ଲୋକଙ୍କୁ ଉସ୍‌କାଇଛନ୍ତି। ଯଦି ୨୦୦ ୟୁନିଟ୍‌ରୁ କମ ବିଜୁଳି ଜାଳୁଛନ୍ତି ତେବେ ବିଲ୍ ଦିଅନ୍ତୁ ନାହିଁ ବୋଲି ପ୍ରତାପ କହିଛନ୍ତି।   

କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କଂଗ୍ରେସ ନିର୍ବାଚନ ଇସ୍ତାହାର ପ୍ରତ୍ୟେକ ଘରକୁ ୨୦୦ ୟୁନିଟ ଫ୍ରି ବିଜୁଳି ଦେବାକୁ ଘୋଷଣା କରିଥିଲା। ନିର୍ବାଚନରେ ଦଳ ୧୩୫ ଆସନ ଜିତିବା ପରେ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପ୍ରତିଶ୍ରୁତୀ ଶୀଘ୍ର ପୂରା ହେବା ନେଇ ଘୋଷଣା କରିଥିଲେ।    

ଏବେ ବିଜେପି ମାଗଣା ବିଜୁଳି ବିଲ୍ ପ୍ରତିଶ୍ରୁତିକୁ ଜୁନ ୧ ତାରିଖ ସୁଦ୍ଧା ଲାଗୁ କରିବାକୁ କଂଗ୍ରେସକୁ ସମୟ ଦେଇଛି। ଯଦି ନିର୍ଦ୍ଧାରିତ ସମୟ ଭିତରେ ଲାଗୁ ନ ହେଲା ତେବେ ବିଜେପି ସାଂସଦ ପ୍ରତାପ ସିହ୍ମା ମହିଶୂର କୋଡ଼ାଗୁରେ ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛନ୍ତି।  

ଗୁରୁବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ପ୍ରତାପ କହିଛନ୍ତି ଯେ କଂଗ୍ରେସ ୨୦୦ ୟୁନିଟ୍ ବିଜୁଳି ମାଗଣା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଯଦି କେହି ୟା ଠାରୁ ଅଧିକ ବିଜୁଳି ଖର୍ଚ୍ଚ କରୁଛନ୍ତି ସେଥିରୁ ୨୦୦ ୟୁନିଟ୍ ମାଗଣା ରହିବା ଉଚିତ୍। ଜନ ୧ ତାରିଖ ସୁଦ୍ଧା କଂଗ୍ରେସ ତା ପ୍ରତିଶ୍ରୁତୁ ପୂରଣ କରୁ ନହେଲେ ମୁଁ ଆନ୍ଦୋଳନକୁ ଓହ୍ଲାଇବି ବୋଲି ପ୍ରତାପ କହିଛନ୍ତି।

   Related Posts