LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

’ବିଦେଶରୁ ଦରକାର ନାହିଁ ସମର୍ଥନ’: ଦିଗ୍‌ବିଜୟ ସିଂହଙ୍କୁ ପରାମର୍ଶ ଦେଲେ କପିଲ ସିବ୍ବଲ

31/03/2023 at 1:41 PM

Kapil Sibal

ନୂଆଦିଲ୍ଲୀ, ୩୧/୦୩: କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ହରାଇବା ପରେ ବି ଜାରି ରହିଛି ରାଜନୀତି। ଏହି ପ୍ରସଙ୍ଗରେ ଜର୍ମାନୀର ଏକ ବୟାନକୁ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହି ଧନ୍ୟବାଦକୁ ପସନ୍ଦ କରିନାହାନ୍ତି ପୂର୍ବତନ କଂଗ୍ରେସ ନେତା କପିଲ ସିବ୍ବଲ। କପିଲ୍‌ ସିବ୍ବଲ ନିଜର ପୂରାତନ ସହଯୋଗୀଙ୍କୁ ପରାମର୍ଶ ଦେଇଛନ୍ତି। ସିବ୍ବଲ କହିଛନ୍ତି, ଆମକୁ ବିଦେଶରୁ ସମର୍ଥନର ଆବଶ୍ୟକତା ନାହିଁ। ଏ ଲଢ଼େଇ ଆମର, ଆଉ ଆମେ ଏଥିରେ ସମସ୍ତେ ସାଙ୍ଗରେ ଅଛୁ।

ପ୍ରକୃତରେ ଜର୍ମାନୀ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଗଣମାଧ୍ୟମ ସମ୍ମିଳନୀରେ, ରାହୁଲ ଗାନ୍ଧୀଙ୍କ ଲୋକସଭାର ସଦସ୍ୟତା ଅଯୋଗ୍ୟତା ଉପରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ସୂଚନା ଅନୁଯାୟୀ ଗାନ୍ଧୀ ଚାଲେଞ୍ଜ କରିପାରିବେ। ସେ ପ୍ରଶ୍ନ କରିଥିଲେ ଯେ ନିଲମ୍ବନର କୌଣସି ଆଧାର ଅଛି ? ପ୍ରବକ୍ତା କହିଥିଲେ ଯେ ଜର୍ମାନୀଙ୍କୁ ଆଶା ଅଛି ‘ନ୍ୟାୟିକ ସ୍ବତନ୍ତ୍ରତା ଏବଂ ମୌଳିକ ଗଣତାନ୍ତ୍ରିକ ସିଦ୍ଧାନ୍ତ’ ସମାନ ଭାବରେ ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ଲାଗୁ ହେବ।

ଆଉ ଏହା ଉପରେ ଦିଗ୍‌ବିଜୟ ସିଂହ ଜର୍ମାନୀର ବିଦେଶ ମନ୍ତ୍ରାଳୟ ତଥା ଡଏଚେ ବେଲେଙ୍କ ମୁଖ୍ୟ ଅନ୍ତରାଷ୍ଟ୍ରୀୟ ସଂପାଦକ ରିଚାର୍ଡ ଓ୍ବାକରଙ୍କୁ ଧନ୍ୟବାଦ ଦେଇଥିଲେ। ଓ୍ବାକରଙ୍କ ଏକ ଟ୍ବିଟ୍‌ ଟ୍ୟାଗ୍‌ କରି ଦିଗ୍‌ବିଜୟ ସିଂହ ଟ୍ବିଟ୍‌ କରି କହିଥିଲେ ଯେ ରାହୁଲ ଗାନ୍ଧୀଙ୍କୁ ହଇରାଣ କରି ଭାରତରେ ଲୋକତନ୍ତ୍ର ସହ ବୁଝାମଣା କରାଯାଉଛି ଏବଂ ଏହାର ସୂଚନା ନେଇଥିବାରୁ ଧନ୍ୟବାଦ।’’

ସୂଚନାଥାଉ, ନିର୍ମଳା ସୀତାରମଣ, କିରନ ରିଜିଜୁ ଏବଂ ଅନୁରାଗ ଠାକୁର ତଥା ଅନେକ ନେତା ଦିଗବିଜୟ ସିଂହଙ୍କ ବୟାନକୁ କଡ଼ା ଆଲୋଚନା କରିଥିଲେ। ଏହା ସହ କହିଥିଲେ ଯେ କଂଗ୍ରେସ୍‌ ବିଦେଶ ସମର୍ଥନ ଚାହୁଛି। ଅବଶ୍ୟ କଂଗ୍ରେସ ଦିଗ୍‌ବିଜୟ ସିଂହଙ୍କ ଟିପ୍ପଣୀରୁ ନିଜକୁ ଦୂରେଇ ରଖିଥିଲା।

   Related Posts