scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଦିପୁରୁଷ ନିର୍ମାତାଙ୍କୁ ଲକ୍ଷ୍ନୌ ହାଇକୋର୍ଟଙ୍କ କଡ଼ା ଭତ୍ସନା, କହିଲେ- ଧର୍ମ ଗ୍ରନ୍ଥକୁ ଦିଅନ୍ତୁ ବାଦ୍‌

26/06/2023 at 6:09 PM

lucknow high court on adipurush

ନୂଆଦିଲ୍ଲୀ, ୨୬/୦୬: ଓମ୍‌ ରାଉତଙ୍କ ଦ୍ବାରା ନିର୍ଦ୍ଦେଶିତ ‘ଆଦିପୁରୁଷ’କୁ ନେଇ ଦେଶରେ ବିବାଦ ଲାଗି ରହିଛି। ରିଲିଜ୍ ପୂର୍ବରୁ ଏବଂ ପରେ ଫିଲ୍ମକୁ ନେଇ ବିବାଦ ହୋଇଛି। ଏହାରି ମଧ୍ୟରେ ସୋମବାର ଲକ୍ଷ୍ନୌ ହାଇକୋର୍ଟ ଫିଲ୍ମକୁ ନେଇ ହୋଇଥିବା ଏକ ଯାଚିକା ଉପରେ ଶୁଣାଣି କରିଛନ୍ତି। ଏହି ସମୟରେ ହାଇକୋର୍ଟ ଫିଲ୍ମ ନିର୍ମାତାଙ୍କୁ ନେଇ କଡ଼ା ଭର୍ତ୍ସନା କରିଛନ୍ତି। ଖାଲି ସେତିକି ନୁହେଁ ହାଇକୋର୍ଟ ସେନ୍ସର ବୋର୍ଡ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆଦିପୁରୁଷକୁ ନେଇ ହୋଇଥିବା ଯାଚିକା ଉପରେ ଶୁଣାଣି କରି ହାଇକୋର୍ଟ ବିଚରାପତି ଜଷ୍ଟିସ ରଜେଶ ସିଂହ ଚୌହାନ ଏବଂ ବିଚାରପତି ଶ୍ରୀପ୍ରକାଶ ସିଂହଙ୍କ ଡିଭିଜନ ବେଞ୍ଚ ପ୍ରଶ୍ନ କରିଛନ୍ତି ଯେ, ଆପଣ ଆଗାମୀ ପିଢ଼ିଙ୍କୁ କ’ଣ ଶିକ୍ଷା ଦେବାକୁ ଚାହୁଛନ୍ତି ? ହାଇକୋର୍ଟରେ ଓକିଲ ରଞ୍ଜନା ଅଗ୍ନିହୋତ୍ରୀ ଫିଲ୍ମରେ ଦେଖାଯାଇଥିବା ଆପତ୍ତିଜନକ ତଥ୍ୟ ଏବଂ ଡାଇଲଗ୍‌ ବିଷୟରେ ଅବଗତ କରାଇଥିଲେ।

ଆହୁରି ପଢ଼ନ୍ତୁ: ରାବଣର ଲଙ୍କା ଠାରୁ ବାନର ସେନା ଯାଏଁ, ହଲିଉଡ୍‌ରୁ କପି ହୋଇଛି ଆଦିପୁରୁଷର ଏହି ସବୁ ସିନ୍‌  

ସେହିଭଳି ସେନ୍ସର ବୋର୍ଡ କ’ଣ କରୁଛି ? ବୋଲି ସେନ୍ସର ବୋର୍ଡ ତରଫରୁ ଉପସ୍ଥିତ ଓକିଲ ଅଶ୍ବିନୀ ସିଂହଙ୍କୁ ପ୍ରଶ୍ନ କରିଥିଲେ ହାଇକୋର୍ଟ ଏବଂ କୋର୍ଟ କହିଥିଲେ ’’ସିନେମା ସମାଜର ଦର୍ପଣ ହୋଇଥାଏ। ଆପଣ ଆଗାମୀ ପିଢ଼ିକୁ କ’ଣ ଶିକ୍ଷା ଦେବାକୁ ଚାହୁଛନ୍ତି। କ’ଣ ସେନ୍ସର ବୋର୍ଡ ନିଜ ଉତ୍ତରଦାୟିତ୍ବକୁ ବୁଝୁନାହାଁନ୍ତି ?’’ କୋର୍ଟ ଆହୁରି କହିଛନ୍ତି ‘‘କେବଳ ରାମାୟଣ ନୁହେଁ ବରଂ କୁରାନ, ଗୁରୁ ଗ୍ରନ୍ଥ ସାହିବ ଏବଂ ଗୀତା ଭଳି ପବିତ୍ର ଧାର୍ମିକ ଗ୍ରନ୍ଥ ଉପରେ ଫିଲ୍ମ ନିର୍ମାଣ କରିବାକୁ ବାଦ୍‌ ଦିଅନ୍ତୁ। ’’ ଛାଡ଼ିଦିଅନ୍ତୁ। ଏହା ସହ କୋର୍ଟ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକଙ୍କ ସହ ଅନ୍ୟମାନଙ୍କ ଅନୁପସ୍ଥିତିକୁ ନେଇ ମଧ୍ୟ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି।

ଏହି ସବୁ ଦୃଶ୍ୟ ଉପରେ ଆପତ୍ତି ଉଠାଇଛନ୍ତି ଓକିଲ:

ରାବଣ ଦ୍ବାରା ବାଦୁଡ଼ିକୁ ମାଂସ ଖୁଆଇବା, ସୀତାଙ୍କ ବସ୍ତ୍ର, କଳା ରଙ୍ଗର ଲଙ୍କା, ବାଦୁଡ଼ିକୁ ରାବଣର ବାହନ କରିବା, ସୁଷେନ ବୈଦ୍ୟ ବଦଳରେ ବିଭୀଷଣଙ୍କ ପତ୍ନୀଙ୍କୁ ଲକ୍ଷ୍ମଣକୁ ସଞ୍ଜୀବନୀ ଦେଉଥିବାର ଦେଖାଇବା। ଆପତ୍ତିଜନକ ଡାଏଲଗ ଏବଂ ଅନଞ ସବୁ କାରଣକୁ ନେଇ କୋର୍ଟର ରଖାଯାଇଥିଲା। ଯାହା ଉପରେ କୋର୍ଟ ସହମତି ରଖିଛନ୍ତି। ଏବେ ଏହି ମାମଲାରେ ଆଗାମୀ ଶୁଣାଣି ୨୭ ଜୁନ୍‌ରେ ହେବ।

ଆହୁରି ପଢ଼ନ୍ତୁ: ପ୍ରଭାସଙ୍କର ମଜାକ୍‌ ଉଡାଇଲେ କ୍ରିକେଟର ବିରେନ୍ଦ୍ର ସେହୱାଗ, କହିଲେ-ଏବେ ଜାଣିପାରିଲି କଟ୍ଟପା…

   Related Posts