ଘରର ଏହି ସ୍ଥାନରେ ଭୁଲରେ ବି ଲଗାନ୍ତୁ ନାହିଁ ତାଲା : ନଚେତ୍ ପଡ଼ିବେ ଅସୁବିଧାରେ

Published By : Prameya-News7 Bureau | November 27, 2019 IST

ସମସ୍ତେ ଚାହଁନ୍ତି ଅଧିକରୁ ଅଧିକ ଧନ ଉପାର୍ଜନ କରିବେ ଏବଂ ଉପାର୍ଜିତ ଧନକୁ ଭବିଷ୍ୟତ ପାଇଁ ସଞ୍ଚୟ କରି ରଖିବେ। ଏଥିପାଇଁ ସେମାନେ ତାଲା କିମ୍ବା ଚାବି ବ୍ୟବହାର କରିଥାଆନ୍ତି କିନ୍ତୁ ଅନେକ ଲୋକେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥାଆନ୍ତି। ସେମାନେ ଏଥିପାଇଁ ନିଜ ଭାଗ୍ୟକୁ ଦୋଷ ଦେଇଥାଆନ୍ତି। ତାଙ୍କ ପାଖରେ ଭଗବାନଙ୍କୁ ପ୍ରଶ୍ନ କରିବା ବ୍ୟତୀତ ଅନ୍ୟ କୌଣସି ବାଟ ନଥାଏ।

{"id":190712,"sizeSlug":"large"}


ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେଉଁ ତାଲା ଏବଂ ଚାବିର ବ୍ୟବହାର ଆମେ ଘରର ସୁରକ୍ଷା ପାଇଁ କରିଥାଉ ସେହି ତାଲା ଏବଂ ଚାବି ଆମ ଭାଗ୍ୟର ବନ୍ଦ ତାଲାକୁ ଖୋଲିପାରେ। ଏହି କଥା ବୋଧହୁଏ ଆପଣ ଜାଣିନଥିବେ କିନ୍ତୁ ଆମ ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଯଦି ତାଲା ଚାବିକୁ ଠିକଭାବେ ପ୍ରୟୋଗ କରାନଯାଏ ତେବେ ଏହା ଆପଣଙ୍କୁ ତଳିତଳାନ୍ତ କରିଦେବ।

{"id":190713,"sizeSlug":"large"}

ପ୍ରକୃତରେ ଆମର ଅନେକ ମୂଲ୍ୟବାନ ଜିନିଷ ରହିଥାଏ ଯେପରିକି ଟଙ୍କା,ଜରୁରୀ ଦସ୍ତାବିଜ ଆଦିର ସୁରକ୍ଷା କେବଳ ଗୋଟିଏ ତାଲା ଉପରେ ନିର୍ଭର କରିଥାଏ। କିନ୍ତୁ ବାସ୍ତୁଶାସ୍ତ୍ରରେ ଏହି ତାଲାକୁ ନେଇ କିଛି ନିୟମ କୁହାଯାଇଛି, ଯାହାକୁ ପାଳନ କରିବା ଦ୍ବାରା ଘରର ସୁରକ୍ଷା ଉପରେ କୌଣସି ଆଞ୍ଚ ଆସିନଥାଏ।

{"id":190714,"sizeSlug":"large"}

ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ ଦିଗକୁ ସୂର୍ଯ୍ୟଙ୍କର ସ୍ଥାନ ବୋଲି କୁହାଯାଇଛି ଏବଂ ଏହି ଦିଗରେ ତମ୍ବା ତାଲା ବ୍ୟବହାର କରିବା ଉଚିତ୍। ଏହା ଦ୍ବାରା ଚୋରିର ଭୟ କମ୍ ରହିଥାଏ ଏବଂ ଆମ ଘରର ସୁରକ୍ଷା ବଢ଼ିଯାଇଥାଏ। ଏହା ସହିତ ଆର୍ଥିକ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଲାଭ ମିଳିଥାଏ।

{"id":190715,"sizeSlug":"large"}

ଏହା ବ୍ୟତୀତ ଏହା ମଧ୍ୟ କୁହାଯାଇଛି ଯେ ପଶ୍ଚିମ ଦିଗକୁ ଶନିଙ୍କର ସ୍ଥାନ ବୋଲି କୁହାଯାଇଛି। ଏଠାରେ ଲୁହାର କଳା ରଙ୍ଗର ତାଲା ଲଗାନ୍ତୁ। ଏହା ଦ୍ବାରା ଆପଣଙ୍କ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିବ ଏବଂ ଘରର ସୁରକ୍ଷା ବଢ଼ିବ। କେବଳ ଏତିକି ନୁହେଁ ଏହା ସହିତ ଏହି ଦିଗରେ ଭୁଲରେ ବି ତମ୍ବା ତାଲା ଲଗାନ୍ତୁ ନାହିଁ ନଚେତ୍ ଆପଣଙ୍କ ଘରର ସୁରକ୍ଷା ପ୍ରତି ବିପରୀତ ପ୍ରଭାବ ପଡ଼ିବ।

{"id":190716,"sizeSlug":"large"}

ଉତ୍ତର ଦିଗରେ ପିତ୍ତଳ ତାଲା ଲଗାଇଲେ ସୁରକ୍ଷା ବଢ଼ିଯାଇଥାଏ କିନ୍ତୁ ଧ୍ୟାନ ରଖନ୍ତୁ ଯେ ଏହାର ରଙ୍ଗ ହାଲୁକା ସୁନେଲି ରଙ୍ଗ ହୋଇଥିବା ଆବଶ୍ୟକ। ଦୋକାନ କିମ୍ବା ଅଫିସରେ ପଞ୍ଚ ଧାତୁର ଭାରି ତାଲା ନିଶ୍ଚୟ ଲଗାନ୍ତୁ। ତାଲା ଭାରି ହେବା ଦ୍ବାରା ଘରର ସୁରକ୍ଷା ବଢ଼ିଥାଏ। ଯଦି ପଞ୍ଚ ଧାତୁର ତାଲା ମିଳିବ ନାହିଁ ତେବେ ତାଲାରେ ଲାଲ କିମ୍ବା ଚେରି ରଙ୍ଗ ଲଗାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.