<strong>ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ପ୍ରଶ୍ନକୁ ନେଇ ଘେରିଲା ବିଜେପି, ରବିଶଙ୍କର କହିଲେ ସେନାକୁ ସମ୍ମାନ କର, ୟୁଟର୍ଣ୍ଣ ମାରିଲେ ଦିଗ୍‌ବିଜୟ</strong><strong></strong>

Published By : Prameya-News7 Bureau | January 24, 2023 IST

ନୂଆଦିଲ୍ଲୀ: ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇବାକୁ ନେଇ ଚିହିଁକି ଉଠିଛି ଭାରତୀୟ ଜନତା ପାର୍ଟି । କଂଗ୍ରେସ ପାର୍ଟି ନେତା ଉଠାଇଥିବା ପ୍ରଶ୍ନକୁ ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ ନେତା ରବିଶଙ୍କର ପ୍ରସାଦ କହିଛନ୍ତି । ବାରମ୍ବାର ସେନାର ପରାକ୍ରମ ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ନେତା ଯବାନଙ୍କ ମନବଳ ଭାଙ୍ଗୁଛି । କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ, ସୋମବାର ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ନେଇ ବିଜେପି ସରକାର ମିଛ କହୁଛି ବୋଲି କହିଥିଲେ । ଏହାକୁ ରବଶଙ୍କର ପ୍ରସାଦ କାଉଣ୍ଟର କରିଛନ୍ତି ।

ରବିଶଙ୍କର ପ୍ରସାଦ କହିଛନ୍ତି, କଂଗ୍ରେସର ଏଭଳି ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟପୂର୍ଣ୍ଣ ଓ ଲଜ୍ଜାଜନକ କଥା । ଏଥିପାଇଁ ଦେଶବାସୀଙ୍କୁ କଂଗ୍ରେସ ପାର୍ଟି କ୍ଷମା ମାଗିବା ଦରକାର । ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ପ୍ରମାଣ ମାଗୁଥିବା ନେତା ଦେଶ ଭାଙ୍ଗିବାକୁ ଉଦ୍ୟମ ଚଳାଇଛନ୍ତି । ଏମାନଙ୍କୁ କଂଗ୍ରେସ ପାର୍ଟିର ବଡ଼ ବଡ଼ ନେତାଙ୍କ ସମର୍ଥନ ରହିଛି । ଦିଗ୍‌ବିଜୟ ସିଂହ ଜଣେ ସାମାନ୍ୟ ନେତା ନୁହନ୍ତି, ସେ ୧୦ ବର୍ଷ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଛନ୍ତି ଏବଂ କଂଗ୍ରେସର ମହାସଚିତ ପଦ ମଧ୍ୟ ସମ୍ଭାଳିଛନ୍ତି । ତେଣୁ ଆପଣ ଭାରତୀୟ ସେନାଙ୍କୁ ଅପମାନ ନକରିବା ଭଲ ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ ।

ସେପଟେ ସର୍ଜିକାଲ୍ ଷ୍ଟ୍ରାଇକ୍‌ ବୟନକୁ ନେଇ ବିଜେପି ଘେରିବା ପରେ ୟୁଟର୍ଣ୍ଣ ମାରିଛନ୍ତି ବରିଷ୍ଠ ନେତା ରବିଶଙ୍କର ପ୍ରସାଦ । ଭାରତୀୟ ସେନା ସ୍ବଚ୍ଛ ଓ ସେମାନଙ୍କୁ ଦେଶବାସୀ ସମ୍ମାନ କରନ୍ତି ବୋଲି କହିଛନ୍ତି । ଏବାଦରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ସାସଂଦ କିଛି କହିବାକୁ ପଛ ଘୂଞ୍ଚା ଦେଇଛନ୍ତି ।    

{"id":736997,"width":841,"height":472,"sizeSlug":"full","linkDestination":"none"}

ସୋମବାର ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ନେଇ ବିଜେପି ସରକାର ମିଛ କହୁଛି ବୋଲି କହିଥିଲେ । ଜାମ୍ମୁ-କାଶ୍ମୀରରେ ଭାରତ ଯୋଡୋ ଯାତ୍ରା ବେଳେ ଜନସଭାକୁ ସମ୍ବୋଦ୍ଧିତ କରି ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ପ୍ରଶ୍ନ କରିଥିଲେ । ଏହା ସହିତ କେନ୍ଦ୍ର ସରକାର ସିଆର୍‌ପିଏଫ ଯବାନଙ୍କୁ ଫ୍ଲାଇଟ୍‌ରେ ଶ୍ରୀନଗର ଆଣିବାକୁ ସହମତି ପ୍ରକାଶ କରିନଥିଲା, ତେଣୁ ତୁଲଓ୍ବାମା ଭଳି ଏତେ ବଡ଼ ଘଟଣା ଘଟିଗଲା । ଏଥିରେ ୪୦ଜଣ ଯବାନ ସହିଦ ହୋଇଗଲେ । ଏହା ଉପରେ ପ୍ରଶ୍ନ ଉଠାଇବାକୁ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଛି ବୋଲି କେନ୍ଦ୍ର ସରକାର କହିଥିଲେ, ହେଲେ ଏହାର ପ୍ରମାଣ ଦେଉନାହାଁନ୍ତି ବୋଲି ଦିଗ୍‌ବିଜୟ ସିଂହ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.