scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାଦରେ ଏମିତି ଲକ୍ଷଣ ଦେଖାଗଲେ କରନ୍ତୁନାହିଁ ଅଣଦେଖା, ହୋଇପାରେ ଉଚ୍ଚ କୋଲେଷ୍ଟ୍ରଲର

28/05/2022 at 9:10 PM

ନୂଆଦିଲ୍ଲୀ ୨୮।୫: ଉଚ୍ଚ କୋଲେଷ୍ଟ୍ରଲର ଲକ୍ଷଣ ଗୋଡରେ ମଧ୍ୟ ଦେଖାଯାଏ । ଯଦି ଆପଣ ଠିକ୍ ସମୟରେ ଏଥିପ୍ରତି ଧ୍ୟାନ ନଦିଅନ୍ତି ତେବେ ଆଗକୁ ଯାଇ ସମସ୍ୟା ସୃଷ୍ଟି ହୋଇପାରେ । ତେବେ ଏହି ଲକ୍ଷଣଗୁଡିକୁ ଅଣଦେଖା କରନ୍ତୁନାହିଁ । ନଚେତ ଆପଣ ହୃଦଘାତର ଶିକାର ହେବା ସହ ଉଚ୍ଚ ରକ୍ତଚାପ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କେବଳ ଏତିକି ନୁହେଁ ଆପଣଙ୍କ ଶରୀରରେ ଅନେକ ପ୍ରକାରର ରୋଗ ମଧ୍ୟ ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ପାଦରେ ଦେଖାଯାଉଥିବା ଲକ୍ଷଣ ସମ୍ପର୍କରେ ।

ଶୀତଦିନେ ପାଦ ଥଣ୍ଡା ହୋଇଯିବା ଏକ ସାଧାରଣ କଥା । କିନ୍ତୁ ଯଦି ଖରାଦିନେ ମଧ୍ୟ ଏହା ଦେଖିବାକୁ ମିଳେ ତେବେ ଆପଣ ଜାଣନ୍ତୁ ଯେ ଆପଣଙ୍କ ଶରୀରରେ କିଛି ସମସ୍ୟା ରହିଛି । ଏପରି ହେବା ଶରୀରରେ ଉଚ୍ଚ କୋଲେଷ୍ଟ୍ରଲର ଲକ୍ଷଣ ହୋଇପାରେ । ଏଭଳି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ଉଚ୍ଚ କୋଲେଷ୍ଟ୍ରଲ ଯୋଗୁଁ ପାଦକୁ ହେଉଥିବା ରକ୍ତ ସଞ୍ଚାଳନ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଯାହାର ପ୍ରଭାବ ପାଦରେ ସ୍ପଷ୍ଟ ଦେଖାଯାଏ । ରକ୍ତ ଅଭାବ ଯୋଗୁଁ ପାଦର ଚର୍ମ ଏବଂ ନଖର ରଙ୍ଗ ବଦଳିବାକୁ ଆରମ୍ଭ କରିଥାଏ । କାରଣ ରକ୍ତ ଜରିଆରେ ଯୋଗାଣ ହେଉଥିବା ଅମ୍ଳଜାନ ଏବଂ ପୁଷ୍ଟିକର  ତତ୍ତ୍ବ ଯୋଗାଣରେ ବାଧା ସୃଷ୍ଟି ହୋଇଥାଏ ।

ଅନେକ ଲୋକ ରାତିରେ ଶୋଇବା ସମୟରେ ଗୋଡ ଫାଟିଯାଇଥାଏ । ଯାହା ଉଚ୍ଚ କୋଲେଷ୍ଟ୍ରଲର ଏକ ସାଧାରଣ ସଙ୍କେତ । ଏହାର ଅର୍ଥ ହେଉଛି ଆପଣଙ୍କ ଶରୀରର ନିମ୍ନ ଭାଗରେ ଥିବା ସ୍ନାୟୁଗୁଡିକୁ କ୍ଷତି ପହଞ୍ଚୁଛି । ପାଦ ବ୍ୟତୀତ ତର୍ଜନୀ, ଗୋଇଠି ପାଦ ଅଙ୍ଗୁଳିରେ ମଧ୍ୟ ଫାଟ ଦେଖାଯାଏ ଯାହାର ପ୍ରଭାବ ଆମ ନିଦ ଉପରେ ମଧ୍ୟ ପଡିଥାଏ ।

   Related Posts