scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତ-କାନାଡ଼ା ମୁହାଁମୁହିଁ: ଆତଙ୍କବାଦୀ ଓ ଗୁରୁତର ଅପରାଧିଙ୍କୁ ଟିଭି ନ୍ୟୁଜ୍ ଚ୍ୟାନେଲ୍‌କୁ ନ ଡାକିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

21/09/2023 at 9:42 PM

ନୂଆଦିଲ୍ଲୀ: ଭାରତ-କାନାଡ଼ା ସମ୍ପର୍କ ବିଗିଡ଼ି ଯାଇଥିବା ବେଳେ ଭାରତ ବିରୋଧୀ ସମସ୍ତ ଘଟଣା ପାଇଁ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଆପଣାଉଛନ୍ତି। ଏନେଇ ଗଣମାଧ୍ୟମକୁ ମଧ୍ୟ ସତର୍କ କରାଯାଇଛି। ଗୁରୁତର ଅପରାଧରେ ଅଭିଯୁକ୍ତ, ଆତଙ୍କବାଦୀ ଓ ଭାରତ ବ୍ୟାନ୍ କରିଥିବା ସଂସ୍ଥାରୁ ଆସୁଥିବା ଅପରାଧିଙ୍କୁ ନିଜ କଥା ରଖିବାକୁ ମଞ୍ଚ ନଦେବାକୁ ଟିଭି ଗଣମାଧ୍ୟମକୁ କହିଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁବାର ଏକ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରତିକ୍ରିୟାରେ ଲେଖାଯାଇଛି ଗୁରୁତର ଅପରାଧ ଓ ଆତଙ୍କବାଦରେ ଲିପ୍ତ ଥିବା ତଥା ଭାରତୀୟ ଆଇନ ବ୍ୟାନ୍ କରିଥିବା ସଂଗଠନରୁ ଆସିଥିବା ଜଣେ ବ୍ୟକ୍ତିକୁ ଟିଭି ଚ୍ୟାନେଲ୍‌ରେ ଆଲୋଚନା ପାଇଁ ଡକାଯାଇଥିଲା। ସେହି ବ୍ୟକ୍ତି ଏଭଳି ବୟାନ ଦେଇଛି ଯାହା ଦେଶର ସାର୍ବଭୌମତ୍ୱ, ଅଖଣ୍ଡତା ଓ ଭାରତର ନିରାପତ୍ତା ପାଇଁ ହାନିକାରକ। କେବଳ ସେତିକି ନୁହେଁ ଭାରତର ବିଦେଶ ରାଷ୍ଟ୍ର ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ତଥା ଦେଶର ସାଧାରଣ ଶୃଙ୍ଖଳାରେ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି।

ପଢ଼ନ୍ତୁ-ଭାରତର କଡ଼ା ଜବାବ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ହେବାକୁ ଯାଉଛି କାନାଡା

ମନ୍ତ୍ରଣାଳୟ ଆହୁରି କହିଛି ଯେ ସରକାର ଗଣମାଧ୍ୟମର ସ୍ୱାଧୀନତାକୁ କାଏମ ରଖିଛନ୍ତି। ତେବେ ଟିଭି ଚ୍ୟାନେଲ୍ ଦାରା ପ୍ରସାରିତ କାର୍ଯ୍ୟକ୍ରମ କେବଲ ଟେଲିଭିଡନ ନେଟ୍‌ୱର୍କ(ରେଗୁଲେସନ) ଆକ୍ଟ ଅଧିନରେ ଥିବା ନିୟମଗୁଡିକୁ ମାନିବାକୁ ପଡ଼ିବ ବୋଲି ମନ୍ତ୍ରଣାଳୟ କହିଛି।  ତେଣୁ ଟିଭି ଚ୍ୟାନେଲ୍‌ଗୁଡ଼ିକ ଏଭଳି ବ୍ୟକ୍ତିଙ୍କୁ ରିପୋର୍ଟ କରିବାକୁ କିମ୍ବା ନିଜ ମତ ରଖିବାକୁ ମଞ୍ଚ ନ ଦେବାକୁ ଜାରି ହୋଇଥିବା ନିର୍ଦ୍ଦେଶାଳବଳି କୁହାଯାଇଛି।

   Related Posts