ଘରେ ଏସବୁ କାମ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ନଚେତ୍ ଛାଡି ପଳାଇବେ ଲକ୍ଷ୍ମୀ

Published By : Prameya-News7 Bureau | October 02, 2018 IST

ଅନେକ ସମୟରେ ଆମେ ଦେଖୁ ଘରେ ଅଯଥାରେ ଅଶାନ୍ତି ଲାଗିରହିଥାଏ । ଅର୍ଥର ସଙ୍କଟ ମଧ୍ୟ ଦେଖାଦେଇଥାଏ । ଆମେ ଭାବିଥାଉ ଏହା ଘରର ବାସ୍ତୁ ଦୋଷ ପାଇଁ ହେଉଛି । ମାତ୍ର ଏହା କେବଳ ଘରର ବାସ୍ତୁ ଦୋଷରୁ ହୋଇନଥାଏ । ଘରର ସଦସ୍ୟ ମାନଙ୍କର ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଯୋଗୁଁ ମଧ୍ୟ ଘରେ ଏଭଳି ଅଶାନ୍ତି ଲାଗିରହିଥାଏ । ତେଣୁ ଘରେ ଅଶାନ୍ତି ନହେବା ପାଇଁ ଏଭଳି ଅଶୁଭ କାମ ସବୁ କେବେ କରନ୍ତୁ ନାହିଁ ।
  • ଘରେ କେବେ ହେଲେ ବି ଖଟ ଉପରେ ବସି ଖାଆନ୍ତୁନାହିଁ । ଏଭଳି କରିବା ଦ୍ବାରା ଘରେ ସବୁବେଳେ ଅଶାନ୍ତି ବୃଦ୍ଧି ପାଇଥାଏ । ଘରଲୋକଙ୍କ ପାଖରେ କେବେ ହେଲେ ବି ଅର୍ଥ ରହେନାହିଁ । ଘରର ମୁଖ୍ୟ ଦ୍ବାରରେ କେବେ ହେଲେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ ।
  • ଏଭଳି କରିବା ଦ୍ବାରା ପଡୋଶୀମାନେ ଶତ୍ରୁ ହୋଇଯିବେ ।
  • ରାତିରେ ଅଇଁଠା ବାସନ ରଖନ୍ତୁ ନାହିଁ । ବାସନକୁ ଧୋଇକରି ରଖନ୍ତୁ । ରାତିରେ ଅଇଁଠା ବାସନ ରଖିବା ଦ୍ବାରା ଅର୍ଥହାନି ହୋଇଥାଏ ।
  • ଘରେ କେବେ ହେଲେ ଝାଡୁକୁ ଛିଡା କରି ରଖନ୍ତୁନାହିଁ । ଝାଡୁରେ କେବେହେଲେ ଗୋଡ ଲଗାନ୍ତୁନାହିଁ । ଘରେ ଝାଡୁକୁ ସବୁବେଳେ ଲୁଚାଇ ରଖନ୍ତୁ । ନଚେତ୍ ଘରେ ଦାରିଦ୍ର୍ୟ ଦେଖାଦେବ ।
  • କେବେ ଆରତୀ, ଦୀପ, ହୋମ ଅଗ୍ନିକୁ ମୁହଁରେ ଫୁଙ୍କି ଲିଭାନ୍ତୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.