ଗୁରୁପୁର୍ଣ୍ଣିମାରେ ରାଶି ଅନୁସାରେ କରନ୍ତୁ ଦାନ; ମନୋସ୍କାମନା ପୁରଣ ହେବା ସହିତ ମିଳିବ ଏସବୁ ଲାଭ

Published By : Prameya-News7 Bureau | July 12, 2022 IST

ଭୁବନେଶ୍ୱର ୧୧/୦୭: ଆଷାଢ଼ ପୁର୍ଣ୍ଣିମାକୁ ଗୁରୁ ପୁର୍ଣ୍ଣିମା ମଧ୍ୟ କୁହାଯାଏ। ପୌରାଣିକ ସମୟରୁ ଏହି ଦିନର ମହତ୍ତ୍ୱ ବହୁତ ରହିଛି। ଏହି ଦିନ ଗୁରୁଙ୍କୁ ପ୍ରଶନ୍ନ କରିବା ପାଇଁ ତାଙ୍କର ପୂଜାର୍ଚ୍ଚନା, ଧ୍ୟାନ ଓ ମନ୍ତ୍ର ଜପ କରାଯାଏ। ଏହି ଦିନ ଦାନର ବିଶେଷ ମହତ୍ତ୍ୱ ରହିଛି। ପୁର୍ଣ୍ଣିମାରେ କରାଯାଇଥିବା ଦାନ ଓ ସ୍ନାନର ବହୁତ ମହତ୍ୱ ରହିଛି।

ଯ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ରାଶି ଅନୁସାରେ ଦାନ କଲେ ଆପଣଙ୍କୁ ଅକ୍ଷୟ ପୁଣ୍ୟ ମିଳିବା ସହିତ ଗୁରୁଙ୍କର ଆଶୀର୍ବାଦ ମିଳିବ। ଏହା କରିବା ଦ୍ୱାରା ଆପଣଙ୍କ ମନୋସ୍କାମନା ପୁରଣ ହୋଇଥାଏ।

ମେଷ:~ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମେଷ ରାଶିର ଲୋକମାନେ ଗୁରୁ ପୂର୍ଣ୍ଣିମାରେ ଲାଲ ରଙ୍ଗର ପୋଷାକ ଦାନ କରନ୍ତୁ। ଏହା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ।

wp:preformatted
ବୃଷ:~ ଏହି ଦିନ ବୃଷ ରାଶିର ବ୍ୟକ୍ତିମାନେ ମିଶ୍ରି ଦାନ କରିବା ଉଚିତ୍। କେବଳ ଏତିକି ନୁହେଁ, ଏହି ଦିନ ତୁଳା ରାଶିର ଲୋକମାନେ ମନ୍ଦିରରେ ଘିଅର ଏକ ଅଖଣ୍ଡ ଦୀପ ଜଳାନ୍ତୁ।
/wp:preformatted

ମିଥୁନ:~ ଗୁରୁ ପୂର୍ଣ୍ଣିମା ଦିନ ମିଥୁନ ରାଶିର ବ୍ୟକ୍ତିମାନେ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଏହା ସହିତ, ମୁଗର ସବୁଜ ଦାନା ଦେବା ମଧ୍ୟ ଶୁଭ ହେବ। ଏହା ଦାମ୍ପତ୍ୟ ଜୀବନରେ ସୁଖ ଆଣିଥାଏ।

wp:preformatted
କର୍କଟ:~ କର୍କଟ ରାଶିର ବ୍ୟକ୍ତିମାନେ ଗରିବ ଏବଂ ଅସହାୟ ଲୋକଙ୍କୁ ଚାଉଳ ଦିଅନ୍ତୁ। ଏହା ଦ୍ୱାରା ମାନସିକ ଚିନ୍ତାରୁ ମୁକ୍ତି ମିଳେ।
/wp:preformatted

ସିଂହ:~ ଏହି ଦିନ ଗହମ ଦାନ କରିବା ଦ୍ୱାରା ସମ୍ମାନ ବୃଦ୍ଧି ହୋଇଥାଏ।

କନ୍ୟା:~ ଗୁରୁପୁର୍ଣ୍ଣିମା ଦିନ କନ୍ୟା ରାଶିର ବ୍ଯକ୍ତିମାନେ ବ୍ରାହ୍ମଣଙ୍କୁ ଖାଇବାକୁ ଦିଅନ୍ତୁ ଓ ସାମର୍ଥ୍ୟ ଅନୁସାରେ ଦକ୍ଷିଣା ଦିଅନ୍ତୁ।

ତୁଳା:~ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ତୁଳା ରାଶିର ବ୍ଯକ୍ତିମାନେ ଏହି ଦିନ ଝିଅମାନଙ୍କୁ ଖୀର ଖାଇବାକୁ ଦେବା ଉଚିତ୍। ଏହାଦ୍ୱାରା ଯଶ ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ।

ବିଛା:~ ବିଛା ରାଶିର ବ୍ୟକ୍ତିମାନେ ଏହି ଦିନ ମାଙ୍କଡ଼ମାନଙ୍କୁ ଚଣା ଓ ଗୁଡ଼ଚିନି ଖାଇବାକୁ ଦିଅନ୍ତୁ।   ଏହା ସହିତ ଗରିବ ଛାତ୍ରମାନଙ୍କୁ ବହି ଏବଂ ପାଠପଢ଼ା ସାମଗ୍ରୀ ଦିଅନ୍ତୁ।

ଧନୁ ରାଶି:~ ଗୁରୁ ପୂର୍ଣ୍ଣିମା ଦିନ ଧନୁ ରାଶିର ବ୍ୟକ୍ତିମାନେ ମନ୍ଦିରରେ ଚଣା ଦାନ କରନ୍ତୁ। ଏହା ଦ୍ୱାରା ସୁଖ ସମୃଦ୍ଧି ମିଳିଥାଏ।

ମକର ରାଶି:~ ଏହି ରାଶିର ବ୍ୟକ୍ତିମାନେ ଗୁରୁ ପୂର୍ଣ୍ଣିମାରେ କମ୍ବଳ ବାଣ୍ଟନ୍ତୁ। ଏହା ଚାକିରି ଓ   ବ୍ୟବସାୟରେ ଆସୁଥିବା ସମସ୍ୟାକୁ ଦୂରକରେ।

କୁମ୍ଭ:~ ବୃଦ୍ଧାଶ୍ରମରେ ବୃଦ୍ଧ ଲୋକଙ୍କୁ ପୋଷାକ ଏବଂ ଖାଦ୍ୟ ଦିଅନ୍ତୁ ଏହା ସହିତ କଳା ମୁଗଡାଲି ଦାନ କରନ୍ତୁ।

ମୀନ:~ ମୀନ ରାଶିର ବ୍ୟକ୍ତିମାନେ ଏହି ଦିନ ହଳଦି ଓ ବେସନରେ ତିଆରି ହୋଇଥିବା ମିଠା ଗରିବମାନଙ୍କୁ ଦିଅନ୍ତୁ।ଏହାଦ୍ୱାରା ମନୋସ୍କାମନା ପୁରଣ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.