ଭିକ୍ଷା କରି ମନ୍ଦିରକୁ ମୂର୍ତ୍ତି ଦାନ କଲେ ଦିବ୍ୟାଙ୍ଗ
12/02/2023 at 2:22 PM

ଭଦ୍ରକ୧୨/୦୨; ଭିକ୍ଷା କରି ମନ୍ଦିରକୁ ମୂର୍ତ୍ତି ଦାନ କରିଛନ୍ତି ଦିବ୍ୟାଙ୍ଗ। ଟଙ୍କା ଟଙ୍କା ଯୋଡି ସେ ମୂର୍ତ୍ତି ତିଆରି କରାଇଛନ୍ତି ଏବଂ ତାକୁ ତାରିଣୀ ମାଆକୁ ଦାନ କରିଛନ୍ତି। ଏଭଳି କିଛି କରିଛନ୍ତି ଭଦ୍ରକ କୁଆଁସ ଅଞ୍ଚଳର ମଣି ନାୟକ।
ମଣି ନାୟକ ଜନ୍ମରୁ ଦିବ୍ୟଙ୍ଗ । ଛୋଟ ବେଳୁ ଠିକ୍ ଭାବେ ଚାଲି ପାରନ୍ତିନି। ପିଲାଦିନେ ଅନେକ ଡାକ୍ତରଙ୍କୁ ଦେଖାଇବା ପରେ ମଧ୍ୟ ଚିକିତ୍ସା ହୋଇପାରିଲାନି। ଆଶା ବାଡି ଧରି ବହୁ କଷ୍ଟେ ମଷ୍ଟେ ଚାଲନ୍ତି ସେ। କିନ୍ତୁ କେବେ କାହାଠୁ ମାଗି କି ଚଳିନାହାନ୍ତି। ପରିବା ବିକ୍ରି କରି ଅଟୋ ଚଳାଇ ସେ ଯାହା ରୋଜଗାର କରୁଛନ୍ତି ସେଥିରେ ଚଳୁଛି ପରିବାର। ତେବେ ଗୋଟେ ମାନସିକ ପୂରଣ କରିବାକୁ ସେ ଟଙ୍କା ମାଗି ମନ୍ଦିରକୁ ମୂର୍ତ୍ତି ଦାନ କରିଛନ୍ତି। ମାଆଙ୍କର ଦେହ ଖରାପ ଥିବାରୁ ସେ ଭଗବାନଙ୍କ ନିକଟରେ ମାନସିକ କରିଥିଲେ ଯେ ମୂର୍ତ୍ତିଟେ ଦାନ କରିବେ। ଯେଉଁଥିପାଇଁ ସେ ଭିକ୍ଷା ମାଗି ୧୫ ହଜାର ଟଙ୍କା ଯୋଗାଡ କଲେ ଏବଂ ସେଥିରେ ମୂର୍ତ୍ତି ତିଆରି କରି ମନ୍ଦିରକୁ ଦେଇଛନ୍ତି।