ପୁଅ ପାଇଁ ରଖିଥିଲେ ମାନିସକ, ପୂରଣ ହେବାରୁ ମହାପ୍ରଭୁଙ୍କୁ ଦାନ କଲେ ସୁନାର ହାର

Published By : Prameya-News7 Bureau | June 06, 2022 IST

ପୁରୀ ୦୬।୦୬ : ପୂରଣ ହେଲା ମାନସିକ । ମହାପ୍ରଭୁଙ୍କୁ ଦାନ କଲେ ସୁନାର ହାର । ଗୁଜୁରାଟ ରାଜକୋଟରେ ଜଣେ ଭକ୍ତ ମହାପ୍ରଭୁଙ୍କୁ ଏପରି ଦାନ କରିଛନ୍ତି ।

{"id":639264,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର‌ ଓ ଦେବୀ ସୁଭଦ୍ରାଙ୍କ ପାଇଁ ସୁନା ହାର ପ୍ରଦାନ କରିଛନ୍ତି ଭକ୍ତ। ୫୧ ଗ୍ରାମ ସୁନାରେ ତିଆରି ପାନା ଓ ମୋତିଥିବା ସୁନାର ହାର ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି ଗୁଜୁରାଟ ରାଜକୋଟର ଭକ୍ତ।‌ ପୁଅ ଓମକାର ପାଇଁ ରଖିଥିବା ମାନସିକ ପୂରଣ ସହ ମହାପ୍ରଭୁଙ୍କ ଆର୍ଶୀବାଦ ପାଇବା ପାଇଁ ସେ ଏହା ପ୍ରଦାନ କରିଛନ୍ତି।‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.