ଚନ୍ଦ୍ରଗ୍ରହଣ ଶେଷ ହେବା ପରେ ରାଶି ଅନୁସାରେ ଦାନ କରନ୍ତୁ, ନକାରାତ୍ମକ ପ୍ରଭାବରୁ ପାଇବେ ରକ୍ଷା
16/05/2022 at 10:25 AM

ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗକୁ ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଶୁଭ ମନାଯାଏ ନାହିଁ । ଏଥିପାଇଁ ଗ୍ରହଣ ପରେ ଏହାର ନକାରାତ୍ମକ ପ୍ରଭାବରୁ ବର୍ତ୍ତିବା ପାଇଁ ଗ୍ରହଣ ପରେ ସ୍ନାନ-ଦାନ କରାଯାଏ । ମେ’ ୧୬ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ବୈଶାଖ ପୂର୍ଣ୍ଣିମା ଦିନ ଲାଗୁଛି । ପୂର୍ଣ୍ଣିମା ଦିନରେ ଦାନ କରିବା ଅତ୍ୟନ୍ତ ଫଳପ୍ରଦ ବୋଲି କୁହାଯାଏ । ତେଣୁ ଆଜି ଗ୍ରହଣ ଶେଷ ହେବା ପରେ ଦାନ ନିଶ୍ଚୟ କରନ୍ତୁ । ଭଲ ହେବ ଯଦି ଆପଣ ଆପଣଙ୍କ ରାଶି ଅନୁସାରେ ଦାନ କରିବେ । ଏହାଦ୍ବାରା ସମସ୍ୟାରୁ ରକ୍ଷା ପାଇବେ, ପାପ ନଷ୍ଟ ହେବ ଏବଂ ଜୀବନରେ ସୁଖ-ସମୃଦ୍ଧି ଆସିବ ।
ଚନ୍ଦ୍ରଗ୍ରହଣ ପରେ ରାଶି ଅନୁସାରେ ଦାନ କରନ୍ତୁ :
ମେଷ ରାଶି – ଚନ୍ଦ୍ରଗ୍ରହଣ ଶେଷ ହେବା ପରେ ମେଷ ରାଶିର ବ୍ୟକ୍ତି ଚାଉଳ ଦାନ କରିବା ଉଚିତ ।
ବୃଷ ରାଶି – ବୃଷ ରାଶିର ବ୍ୟକ୍ତି କ୍ଷୀର-ଦହି, ଖିରି ଆଦି ଦାନ କରନ୍ତୁ ।
ମିଥୁନ ରାଶି – ମିଥୁନ ରାଶିର ବ୍ୟକ୍ତି ଗାଈକୁ ଖାଇବାକୁ ଦିଅନ୍ତୁ । ଏହାସହ ଯଦି ସମ୍ଭବ ତେବେ ଗାଈ ସେବା କର ।
କର୍କଟ ରାଶି – କର୍କଟ ରାଶିର ବ୍ୟକ୍ତି ଗରିବ ଲୋକଙ୍କୁ ଚାଉଳ ଦାନ କରିବା ଶୁଭ ଫଳ ଦେବ ।
ସିଂହ ରାଶି – ସିଂହ ରାଶିର ବ୍ୟକ୍ତି ଚିନି ଦାନ କରନ୍ତୁ ।
କନ୍ୟା ରାଶି – କନ୍ୟା ରାଶିର ବ୍ୟକ୍ତି ଚନ୍ଦ୍ରଗ୍ରହଣ ପରେ ଗରିବ ଲୋକମାନଙ୍କୁ ଗହମ ଅଟା ଦାନ କରନ୍ତୁ ।
ତୁଳା ରାଶି – ତୁଳା ରାଶିର ବ୍ୟକ୍ତି ଚନ୍ଦ୍ରଗ୍ରହଣ ପରେ କ୍ଷୀର କିମ୍ବା ଚିନି ଦାନ କରନ୍ତୁ । ଗ୍ରହଣ ସମୟରେ ଏହି ରାଶିର ବ୍ୟକ୍ତି ‘ଓଁ କ୍ରିଂ କାଲିଲେ’ ମନ୍ତ୍ର ଜପ କରିବା ଲାଭଜନକ ସାବ୍ୟସ୍ତ ହେବ ।
ବିଛା ରାଶି – ବିଛା ରାଶିର ବ୍ୟକ୍ତି ଗରିବ ଲୋକଙ୍କୁ ଟଙ୍କା ଦାନ କରିପାରିବେ । ଏହାସହ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।
ଧନୁ ରାଶି – ଧନୁ ରାଶିର ବ୍ୟକ୍ତି ହଳଦିଆ ବସ୍ତ୍ର କିମ୍ବା ଭୋଜନ ଦାନ କରନ୍ତୁ । ଏହାସହ ବିଷ୍ଣୁ ସହସ୍ତ୍ରନାମ ମଧ୍ୟ ପାଠ କରନ୍ତୁ ।
ମକର ରାଶି – ଏହି ରାଶିର ବ୍ୟକ୍ତି କ୍ଷୀର ଏବଂ ଘିଅ ଦାନ କରିପାରିବେ । ଜଳ ଦାନ କରିବା ମଧ୍ୟ ଫଳଦାୟୀ ହେବ ।
କୁମ୍ଭ ରାଶି – କୁମ୍ଭ ରାଶିର ବ୍ୟକ୍ତି କଳା ରାଶି, କଳା ପୋଷାକ ଦାନ କରନ୍ତୁ ।
ମୀନ ରାଶି – ମୀନ ରାଶିର ବ୍ୟକ୍ତି ଚନ୍ଦ୍ରଗ୍ରହଣର ଅଶୁଭ ପ୍ରଭାବରୁ ବର୍ତ୍ତିବା ପାଇଁ ବିଷ୍ଣୁ ସହସ୍ତ୍ରନାମ ପାଠ କରିବା ଉଚିତ । ଗରିବ ଲୋକଙ୍କୁ ଭୋଜନ କରାନ୍ତୁ ।
ବି.ଦ୍ର.- ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଏବଂ ସୂଚନା ଉପରେ ଆଧାରିତ ।