ନୂଆଦିଲ୍ଲୀ, ୧୦/୦୨: ଫେସବୁକ୍, ଇନଷ୍ଟାଗ୍ରାମ୍କୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଫେସ୍ବୁକ୍ ଏବଂ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ପୁଣି ଥରେ ସକ୍ରିୟ କରିଛି ମେଟା ପ୍ଲାଟଫର୍ମ। ଗୁରୁବାର ଏନେଇ ମେଟା ମୁଖପାତ୍ର ଆଣ୍ଡି ଷ୍ଟୋନ୍ ସୂଚନା ଦେଇଛନ୍ତି । ୬ ଜାନୁଆରୀ ୨୦୨୧ କ୍ୟାପିଟୋଲ ହିଲ୍ସ ଦଙ୍ଗା ପରେ ଟ୍ରମ୍ପଙ୍କ ସୋସିଆଲ ମିଡିଆ ଦୁଇବର୍ଷ ଧରି ଅଚଳ କରିଦିଆଯାଇଥିଲା।
ଜାନୁଆରୀରେ ମେଟା ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁଣି ଥରେ ଆକ୍ଟିଭ କରିପାରେ ବୋଲି ଘୋଷଣା କରିଥିଲା। କିନ୍ତୁ ଯଦି ସେ ପୁଣି ଥରେ ଯଦି ଟ୍ରମ୍ପ୍ କଣ୍ଟେଣ୍ଟ ପଲିସିର ଉଲ୍ଲଘଂନ କରନ୍ତି ତେବେ ପୁଣି ଥରେ ଏକ ମାସରୁ ଦୁଇ ବର୍ଷର ଆକାଉଣ୍ଟରେ ସସପେଣ୍ଡ ଲଗାଯାଇପାରେ ଚେତାବନୀ ମଧ୍ୟ ଦେଇଥିଲା। ଟ୍ରମ୍ପଙ୍କର ଇନଷ୍ଟାଗ୍ରାମ୍ରେ ୨୩ ମିଲିୟନ ଫଲୋଅର ରହିଛନ୍ତି ସେହିପରି ଫେସବୁକ୍ରେ ୩୪ ମିଲିୟନ ଫଲୋଅର ରହିଛନ୍ତି।