ଚର୍ଚ୍ଚାରେ ଥିଲା ଇଭାଙ୍କା ଟ୍ରମ୍ପଙ୍କ ଦେଶୀ ଅବତାର, ସୋସିଆଲ ମିଡିଆରେ ଫଟୋ ଭାଇରାଲ

Published By : Prameya-News7 Bureau | March 04, 2024 IST

ମୁମ୍ଵାଇ ୦୪।୦୩: ଗୁଜରାଟର ଜାମନଗରରେ ଶୁକ୍ରବାର ଠାରୁ  ଚାଲିଥିଲା  ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ  ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ  ପ୍ରି-ୱେଡିଂ ସେଲିବ୍ରେସନ୍‌ । ରବିବାର ଏହାର ଶେଷ ଦିନ ଥିଲା ।  ସେଥିରେ  ଯୋଗ ଦେବାକୁ ଦେଶ ବିଦେଶର ବହୁ  ସେଲିବ୍ରିଟି ଓ ବ୍ୟବସାୟୀ ଜାମନଗର  ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ  ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ସାମିଲ । ସ୍ୱାମୀ  ଜେରେଡ୍‌ କୁଶନର ଓ ଝିଅ ଅରବେଲାଙ୍କ  ସହିତ ଇଭାଙ୍କା କାର୍ଯ୍ୟକ୍ରମରେ ଯୋଗ  ଦେଇଥିବାବେଳେ ଏହି ଅବସରରେ  ତାଙ୍କର ଦେଶୀ ଲୁକ୍‌ ଚର୍ଚ୍ଚାର ବିଷୟ  ପାଲଟିଛି ।

Ivanka Trump Wears Shiny Sari to Ambani Pre-Wedding Event

ଶୁକ୍ରବାର ପାର୍ଟି ଲାଗି ଇଭାଙ୍କା  ପାଶ୍ଚାତ୍ୟ ପୋଷାକ ବଦଳରେ ପ୍ରସିଦ୍ଧ  ଡିଜାଇନର୍‌ ମନୀଷା ମଲହୋତ୍ରାଙ୍କ  ଦ୍ୱାରା ଡିଜାଇନ୍‌ କରାଯାଇଥିବା ଏକ  ସିଲଭର-ଗୋଲଡେନ୍‌ ସିକ୍ୱିନ୍‌ ଶାଢ଼ି  ପିନ୍ଧିଥିଲେ । ତାଙ୍କ ସାଙ୍ଗକୁ ମ୍ୟାଚିଂ ବ୍ଲାଉଜ୍‌  ଓ କିଛି ଜୁଏଲାରୀ ତାଙ୍କର ଲୁକ୍‌କୁ  ସଂପୂର୍ଣ୍ଣ କରିଥିଲା । ତାଙ୍କ ସ୍ୱାମୀ ମଧ୍ୟ  ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍‌  କରାଯାଇଥିବା ଏକ କଳା ରଙ୍ଗର ବନ୍ଦଗଳା  ଜ୍ୟାକେଟ୍‌ ଓ ମ୍ୟାଚିଂ ପ୍ୟାଣ୍ଟ ପିନ୍ଧିଥିଲେ ।  ଝିଅ ଅରବେଲାଙ୍କୁ ଏକ ଶିମରି ଗାଉନ୍‌ରେ  ଦେଖିବାକୁ ମିଳିଥିଲା । ଦ୍ୱିତୀୟ ଦିନ  ଏକ ଧଳାରଙ୍ଗର ଲେହେଙ୍ଗା ପିନ୍ଧିଥିଲେ  ଇଭାଙ୍କା । ତା’ ସାଙ୍ଗକୁ ମ୍ୟାଚିଂ ପୋଟଲି  ବ୍ୟାଗ୍‌ ଏବଂ ଷ୍ଟେଟମେଣ୍ଟ ଜୁଏଲାରୀ ତାଙ୍କର  ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥିଲା ।  ତାଙ୍କର ଏହି ଦେଶୀ ଲୁକ୍‌ର ଫଟୋ ଓ  ଭିଡିଓ ଏବେ ସୋସିଆଲ୍‌ ମିଡିଆରେ  ଭାଇରାଲ୍‌ ହେଉଛି ।

Ivanka Trump Wears Shiny Sari to Ambani Pre-Wedding Event

ସେପଟେ ଅନନ୍ତ  ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ  ସେଲିବ୍ରେସନ୍‌ କାର୍ଯ୍ୟକ୍ରମର ଆଜି  ତୃତୀୟ ଦିନ ହୋଇଥିବାବେଳେ ସେଥିରେ  ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା,  ବିଗ୍‌ ବି ଅମିତାଭ ବଚ୍ଚନ, ରଜନୀକାନ୍ତ ଓ  ସଞ୍ଜୟ ଦତ୍ତ ପ୍ରମୁଖ ସେଲିବ୍ରିଟି ସାମିଲ  ହୋଇଛନ୍ତି । ସୂଚନାଥାଉକି, ମୁକେଶଙ୍କର  ସାନପୁଅ ଅନନ୍ତ ଅମ୍ବାନି ବ୍ୟବସାୟୀ  ବୀରେନ୍‌ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକାଙ୍କ ସହିତ  ଚଳିତବର୍ଷ ବିବାହବନ୍ଧନରେ ଆବଦ୍ଧ  ହେବେ । ତା’ ପୂର୍ବରୁ ଏହି ପ୍ରି-ୱେଡିଂ  କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

wp:embed {"url":"https://www.prameyanews7.com/shah-rukh-khan-dances-with-wife-gauri-khan-on-main-yahaan-hoon-song/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shah-rukh-khan-dances-with-wife-gauri-khan-on-main-yahaan-hoon-song/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.