ଆସନ୍ତାକାଲି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

Published By : Prameya-News7 Bureau | February 23, 2020 IST

ମ୍ମଦାବାଦ୍‌ ୨୩/୨: ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସପରିବାର ଆସୁଥିବା ଟ୍ରମ୍ପ ସକାଳେ ସିଧା ଅହମ୍ମଦାବାଦ୍‌ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରେ ନବନିର୍ମିତ ମୋଟେରା ଷ୍ଟାଡିୟମ୍‌କୁ ଉଦ୍‌ଘାଟନ କରିବା ସହ ସମ୍ବୋଧନ ଦେବେ । ଏହାପରେ ସେ ସେଠାରୁ ଆଗ୍ରା ଯିବେ । ଏଥିପାଇଁ ଆଗ୍ରାର ସୌନ୍ଦର୍ଯ୍ୟକରଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହାପରଦନି ଅର୍ଥାତ୍‌ ମଙ୍ଗଳବାର ଭାରତ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସଂପର୍କରେ ଆଲୋଚନା ହେବ ।ଟ୍ରମ୍ପଙ୍କ ସ୍ବାଗତ ପାଇଁ ଅନେକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି ।   

{"id":228199,"sizeSlug":"large"}

ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ । କାଲିଠାରୁ ଆରମ୍ଭ ହେଉଥିବା ଟ୍ରମ୍ପଙ୍କ ଦୁଇଦିନିଆ ଭାରତ ଗସ୍ତ ପାଇଁ ଉତ୍ସବ ମୁଖର ସାରା ଦେଶ । ସକାଳ ୧୧ ଟାରେ ଅହମଦାବାଦ ଆନ୍ତର୍ଜାତିକ ବିମାନବନ୍ଦରରେ ଏୟାର ଫୋର୍ସ ୱାନ୍‌ ବିମାନ ଯୋଗେ ପହଞ୍ଚିବ ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ସହ ପତ୍ନୀ ମିଲେନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ, ଜ୍ବାଇଁ ଜାରେଡ୍‌ କୁସନର ଓ ୧୨ ଜଣିଆ ପ୍ରତିନିଧି ମଣ୍ଡଳ ଆସୁଛନ୍ତି । ଟ୍ରମ୍ପଙ୍କୁ ବିମାନ ବନ୍ଦରରୁ ଏକ ବିରାଟ ଶୋଭାଯାତ୍ରାରେ ମୋଟେରା ଷ୍ଟାଡିୟମକୁ ନିଆଯିବ । ଏହି ସମୟରେ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି, ଗୃହ ମନ୍ତ୍ରୀ ଅମିତ୍ ଶାହା ପ୍ରମୁଖ ରହିବେ । ମୋଟେରା ଷ୍ଟାଡିଅମ୍‌କୁ ଟ୍ରମ୍ପ ଉଦ୍‌ଘାଟନ କରିବା ସହ ୧ ଲକ୍ଷରୁ ଅଧିକ ଜନସାଧାରଣଙ୍କୁ ସମ୍ବୋଧନ ଦେବେ । ଏହି କାର୍ଯ୍ୟକ୍ରମକୁ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ନାମ ଦିଆ ଯାଇଛି । ଷ୍ଟାଡିଅମକୁ ଯିବା ପୂର୍ବରୁ ଟ୍ରମ୍ପ ଓ ମୋଦି ଗାନ୍ଧିଜୀଙ୍କ ସାବରମତି ଆଶ୍ରମ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା । ତେବେ ଏନେଇ କିଛି ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମ ସ୍ଥିର ହୋଇପାରିନାହିଁ । ମୋଟେରା କାର୍ଯ୍ୟକ୍ରମ ପରେ ଟ୍ରମ୍ପ ସପରିବାର ଆଗ୍ରା ତାଜମହଲ ଦେଖିବାକୁ ଯିବେ । ତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଯିବେ ନାହିଁ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ତାଙ୍କୁ ସେଠାରେ ସ୍ବାଗତ କରିବେ । ଏହାପରେ ଟ୍ରମ୍ପ ଦିଲ୍ଲୀ ଫେରି ସେଠାରେ ରାତ୍ରୀଯାପନ କରିବେ ।

{"id":228200,"sizeSlug":"large"}

ପର ଦିନ ଟ୍ରମ୍ପ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟ୍ରମ୍ପଙ୍କ ସାକ୍ଷାତ ଆଲୋଚନା ରହିଛି । ଏହି ସମୟରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ରାଜନୈତିକ, ବାଣିଜ୍ୟିକ, ଆର୍ଥିକ, ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା ହେବ । ସେପଟେ ଟ୍ରମ୍ପଙ୍କ ପତ୍ନୀ ମିଲେନିଆ ଟ୍ରମ୍ପ ମଙ୍ଗଳବାର ଦିଲ୍ଲୀର ଏକ ସରକାରୀ ସ୍କୁଲ୍‌ ବୁଲି ଦେଖିବେ । ତେବେ ମିଲେନିଆଙ୍କ ଗସ୍ତ ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଓ ଉପମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କାର୍ଯ୍ୟକ୍ରମରୁ ବାଦ୍‌ ଦିଆଯାଇଛି । ଯାହାକୁ ନେଇ ଆସନ୍ତୋଷ ପ୍ରକାଶ ପାଇଛି । ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଦେଶରେ ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। କଂଗ୍ରେସ ବେକାରୀ ପ୍ରସଙ୍ଗ ଉଠାଇ ବିଜେପି ଓ ସରକାରଙ୍କୁ ସମାଲୋଚନା କରିଛି। ୨ କୋଟି ଲୋକଙ୍କୁ ନିଯୁକ୍ତି ଦେବାଲାଗି ମୋଦୀ ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ୬୯ ଲକ୍ଷ ପଦବି ପୂରଣ ପାଇଁ ଘୋଷଣା କରାଯାଇଛି। ତୁରନ୍ତ ଏଥିପାଇଁ ଆବେଦନ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଟ୍ବିଟ୍ କରାଯାଇଛି। ଡୋନାଲ୍‌ଡ ଟ୍ରମ୍ପ ନାଗରିକ ଅଭିନନ୍ଦନ ସମିତି ପକ୍ଷରୁ ଏବେ ନିଯୁକ୍ତି ଦିଆଯାଉଛି। ପଦବୀ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ ସ୍ବାଗତ କରିବା ବୋଲି ଟ୍ବିଟ୍‌ କରାଯାଇଛି । ତେବେ କଂଗ୍ରେସର ଏହି ଟ୍ବିଟ୍‌କୁ ବିଜେପି ସମାଲୋଚନା କରିଛି। ଦେଶର ମର୍ଯ୍ୟାଦା ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଉଥିବାବେଳେ ବିରୋଧୀ ଏଥିରେ ଖୁସି ନାହାନ୍ତି ବୋଲି ବିଜେପି କହିଛି ।

{"id":228201,"sizeSlug":"large"}

ଟ୍ରମ୍ପ ଓ ମୋଦିଙ୍କ ଆଲୋଚନା ବେଳେ ସିଏଏ, ଏନ୍‌ଆର୍‌ସି ଏବଂ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଆଦି ପ୍ରସଙ୍ଗ ଟ୍ରମ୍ପ ଉଠାଇପାରନ୍ତି । ସେହିଭଳି ଗଣତନ୍ତ୍ର ଏବଂ ଧାର୍ମିକ ସ୍ବାଧୀନତା ପ୍ରସଙ୍ଗରେ ଆମେରିକାର ମତକୁ ଟ୍ରମ୍ପ ଉଭୟ ସର୍ବଧାରଣରେ ଏବଂ ମୋଦୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବାର ସମ୍ଭାବନା ରହିଛି ।

{"id":228202,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.