suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଟ୍ରମ୍ପ୍‌ଙ୍କ ଆଗରେ ବିଡେନ୍‌, ଗଣତିରେ ଅନିୟମିତତା ଅଭିଯୋଗ ଆଣି କୋର୍ଟଙ୍କ ଦ୍ବାରସ୍ଥ ହେଲେ ଡୋନାଲ୍ଡ ଟ୍ରମ୍ପ୍

5/11/2020 at 10:52 AM

ଓ୍ବାଶିଂଟନ୍ ୫।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ନିର୍ବାଚନ ଜିତିବା ପାଇଁ ଆଉ ମାତ୍ର ୬ଟି ଇଲେକ୍ଟୋରାଲ ଭୋଟ୍ ଦୂରରେ ଅଛନ୍ତି ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନ୍ । ବିଡେନ୍ ଙ୍କୁ ଏ ପର୍ଯ୍ୟନ୍ତ ୨୬୪ଟି ଇଲେକ୍ଟୋରାଲ ଭୋଟ୍ ମିଳିଥିବା ବେଳେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି ୨୧୪ ଇଲେକ୍ଟୋରାଲ ଭୋଟ୍ । ଆମେରିକାରେ ରାଷ୍ଟ୍ରପତି ନିର୍ବାଚିତ ହେବା ପାଇଁ ଦରକାର ୨୭୦ ଇଲେକ୍ଟୋରାଲ ଭୋଟ୍ ।

ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ କଡା ଟକ୍କର ଜାରି ରହିଛି । ଏ ଭିତରେ ଜୋ ବିଡେନ୍ ବିଜୟର ଅତି ନିକଟତର ହେଉଥିବା ନଜରକୁ ଆସିଛନ୍ତି । ଡୋନାଲ୍ଡ ଡ୍ରମ୍ପ୍ ନିଜର ପରାଜୟ ହେଉଥିବା ଦେଖି ବିଚଳିତ ହୋଇ ଉଠିଛନ୍ତି । ଭୋଟ୍ ଗଣତିରେ ଅନିୟମିତତା ଅଭିଯୋଗ କରି ସୁପ୍ରିମକୋର୍ଟ ଯାଇଛନ୍ତି ଡୋନାଲ୍ଡ ଟ୍ରମ୍ପ୍ । ଟ୍ରମ୍ପ୍‌ଙ୍କ ପ୍ରଚାର ଟିମ୍ ସଦସ୍ୟ ଏବେ ଭୋଟ୍ ଗଣତି ହୋଇନଥିବା ରାଜ୍ୟରେ ଗଣତି ରୋକିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଟ୍ରମ୍ପ୍ ଲଗାତର ଭୋଟ୍ ଗଣତିରେ ହେରାଫେରି କରିଥିବା ଅଭିଯୋଗ ଆଣିବା ସହ ମେଲ୍ ଇନ୍ ବାଲେଟ୍‌କୁ ବଡ ସ୍କାମ୍ ବୋଲି କହିଛନ୍ତି ।

ଏବେବି କେତେକ ଗୁରୁତ୍ବପୂର୍ଣ୍ଣ ରାଜ୍ୟର ଫଳାଫଳ ଆସିବାକୁ ବାକି ଅଛି । ନେଭାଡା ଏବଂ ପେନସିଲଭାନିଆ ଭଳି ରାଜ୍ୟରେ ଭୋଟ୍ ଗଣତି ଜାରି ରହିଛି । ଏହି ଦୁଇ ରାଜ୍ୟର ଫଳାଫଳ ନିର୍ଣ୍ଣାୟକ ହୋଇପାରେ। ସେପଟେ ଡେମୋକ୍ରାଟିକ୍ ପ୍ରାର୍ଥୀ ବିଡେନ୍ ଟ୍ବିଟ୍ କରି କହିଛନ୍ତି ଯେ ତାଙ୍କର ପୁରା ବିଶ୍ବାସ ଜିତିବେ ।

ଏହି ସମୟରେ ହିଂସାକାଣ୍ଡ ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ହ୍ବାଇଟ୍ ହାଉସ୍ ସମେତ ପ୍ରମୁଖ ବାଣିଜ୍ୟିକ କ୍ଷେତ୍ର ଏବଂ ବଜାରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜର୍ଜିଆରେ ଟ୍ରମ୍ପଙ୍କ ଟିମ୍ ଅବିଯୋଗ ଆଣିଛନ୍ତି ଯେ, ବିଳମ୍ବରେ ଆସିଥିବା ୫୩ ଭୋଟରଙ୍କୁ ଭୋଟ୍ ଦେବା ପାଇଁ ଦିଆଯାଇଥିଲା । ସେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ଅଧିକାରୀ ଡେମୋକ୍ରାଟିକ୍ ପାର୍ଟିକୁ ସମର୍ଥନ କରୁଛନ୍ତି ।

   Related Posts