ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଟ୍ୱିଟରକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ, ଆକ୍ଟିଭ୍ ହେଲା ଆକାଉଣ୍ଟ

20/11/2022 at 7:49 AM

ୱାଶିଂଟନ: ସୋସିଆଲ୍ ମିଡିଆ ଟ୍ୱିଟରକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତାଙ୍କ ଟ୍ୱିଟର ଆକାଉଣ୍ଟ ପୁନଃ ଆକ୍ଟିଭ ହୋଇଛି। ରବିବାର ଏନେଇ ସୂଚନା ଦେଇଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ। କ୍ୟାପିଟୋଲ ହିଂସାକାଣ୍ଡ ପରେ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ଆକ୍ଟିଭ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ଏଲନ ମସ୍କ। ଆଜି ମସ୍କ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି।

ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ପୁନଃ ଆକ୍ଟିଭ୍ ହେବା ନେଇ ସୂଚନା ଦେଇ ମସ୍କ ଟ୍ୱିଟ୍ କରିଛନ୍ତି “ଜନତା କହିସାରିଛନ୍ତି ଯେ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ଆକ୍ଟିଭ୍ ହେବ।” ତା ସହିତ ମସ୍କ ଏହାର ଲାଟିନ ଫ୍ରେଜ୍ ବ୍ୟବହାର କରି ଲେଖିଛନ୍ତି ” ଭକ୍ସ ପୋପୁଲୀ, ଭକ୍ସ ଦେଇ।” ଯାହାର ଅର୍ଥ ହେଲା ଲୋକମାନଙ୍କର ସ୍ୱର ଈଶ୍ୱରଙ୍କ ସ୍ୱର ସହିତ ସମାନ। ଟ୍ରମ୍ପଙ୍କ ଆକାଉଣ୍ଟ ଏଥର ଟ୍ୱିଟରରେ ଦେଖାଯିବ ବୋଲି ମସ୍କ କହିଛନ୍ତି।

ତେବେ ଟ୍ରମ୍ପଙ୍କ ଆକାଉଣ୍ଟ ଆକ୍ଟିଭ୍ ହେବା ପୂର୍ବରୁ ଶନିବାର ମସ୍କ ଏକ ପୋଲ୍‌ କ୍ରିଏଟ କରିଥିଲେ। ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ଆକ୍ଟିଭ୍ ହେବ କି ନାଇଁ ଜନତାଙ୍କୁ ପ୍ରଶ୍ନ କରିଥିଲେ। ସେ ଲେଖିଥିଲେ “ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁନଃ ଆକ୍ଟିଭ କରିବା ?” ମସ୍କଙ୍କର ଏହି ପୋଲ୍‌ର ଜବାବ ଦେଇଥିଲେ ଟ୍ୱିଟରାଟୀ। ତେବେ ହଁ ଓ ନାଁର ପାର୍ଥକ୍ୟ ଖୁବ କମ ଥିଲା। ୫୧.୮ ପ୍ରତିଶତ ୟୁଜର ଚାହୁଁଥିଲେ ଟ୍ରମ୍ପ ଟ୍ୱିଟରକୁ ଫେରନ୍ତୁ। ବାକି ନାଁ କହିଥିଲେ। ଜନତାଙ୍କ କଥାକୁ ସମ୍ମାନ ଦେଇ ଟ୍ୱିଟର ପକ୍ଷରୁ ଟ୍ରମ୍ପଙ୍କ ଆକାଉଣ୍ଟକୁ ଆକ୍ଟିଭ୍ କରାଯାଇଛି।

   Related Posts