କରୋନାକୁ ନେଇ ଚୀନ୍ ଉପରେ ଟ୍ରମ୍ପ୍ ଖପ୍ପା, କହିଲେ ବଢାଇବେ ଶୁଳ୍କ

Published By : Prameya-News7 Bureau | May 02, 2020 IST

ଓ୍ବାଶିଟନ୍ ୨।୫: କରୋନା ଭାଇରସ୍ କୁ ଆମେରିକାରେ ହଇଚଇ ସୃଷ୍ଟି ହୋଇଛି । କରୋନା ଯୋଗୁଁ ସାରା ବିଶ୍ବରେ ଆମେରିକା ବେଶୀ ପ୍ରଭାବିତ ହୋଇଛି । ଏଭଳି ସ୍ଥିତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ କୁ ଟାର୍ଗେଟ୍ କରୁଛନ୍ତି । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, କରୋନା ଭାଇରସ୍ ଭଳି ମହାମାରୀକୁ ନେଇ ଚୀନ୍ ଯେଉଁଭଳି ଅବହେଳା କରିଛି ତା ପାଇଁ ଏବେ ଟାରିଫ୍ ବୃଦ୍ଧି (ଅତିରିକ୍ତ ଟ୍ୟାକ୍ସ) ଏକମାତ୍ର ରାସ୍ତା ଅଛି । ଟ୍ରମ୍ପ କହିଛନ୍ତି ଯେ ଏହା ନିଶ୍ଚିତ ଭାବରେ ଏକ ବିକଳ୍ପ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆମେ ଦେଖୁଛୁ ଯେ ପରବର୍ତ୍ତୀ ସମୟରେ କ’ଣ ଘଟିବାକୁ ଯାଉଛି । ଚୀନ୍ ଦୃଷ୍ଟିକୋଣରୁ ଅନେକ ଘଟଣା ଘଟୁଛି । ଯାହା ଘଟିଛୁ ସେଥିରେ ଆମେ ନିଶ୍ଚିତ ଭାବେ ଖୁସି ନାହୁଁ । ସମସ୍ତ ୧୮୨ ଦେଶ ପାଇଁ ଏହା ଏକ ଖରାପ ସମୟ ।’

ଏହା ପୂର୍ବରୁ ଏକ ଗଣମାଧ୍ୟମକୁ ସାକ୍ଷାତକାରରେ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ମଧ୍ୟ ଚୀନ୍‌କୁ କରୋନା ଭାଇରସ୍ ନେଇ ତଥ୍ୟ ଲୁଚାଇଥିବାର ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ‘ଯଦିଓ ଚୀନ୍ କହୁଛି ଯେ ଏହାର ସମସ୍ତ ତଥ୍ୟ ଦେଇଛି, କିନ୍ତୁ ଏପର୍ଯ୍ୟନ୍ତ ଆମ ପାଖରେ ଏହି ଭାଇରସର ନମୁନା ନାହିଁ । ଏହି ବିପଦ କେତେ ବଡ ତାହା ଆମେ ବୁଝିବାକୁ ଚେଷ୍ଟା କରୁଛୁ ।’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚୀନ୍ କହିଛି କରୋନା ଭାଇରସ୍ କେଉଁଠାରେ ବ୍ୟାପିଛି ତାହା ସେମାନେ ଜାଣନ୍ତି ନାହିଁ । କିନ୍ତୁ ଯଦି ଚାଇନାରେ ରହୁଥିବା କେହି ଏହା ବିଷୟରେ କହିବାକୁ ଚାହାଁନ୍ତି, ତେବେ ଆମକୁ ସେମାନଙ୍କ ନିକଟରେ ପହଞ୍ଚିବାକୁ ଦିଆଯାଉ ନାହିଁ । ସେମାନଙ୍କୁ ଏ ବିଷୟରେ କୌଣସି କଥା କହିବାକୁ ମନାକରାଯାଇଛି । ସେମାନଙ୍କୁ ପୂର୍ବରୁ ରୋକି ଆମର ଆଲୋଚନା ସମାପ୍ତ କରାଯାଇସାରିଛି ।

ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋରୋନା ଭାଇରସ୍ ବିଶ୍ବ ମହାମାରୀ ସଙ୍କଟ ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)କୁ ଚୀନ୍‌ର ଜନସମ୍ପର୍କ ସଂସ୍ଥା ସହ ତୁଳନା କରି କହିଥିଲେ ଯେ, ଏହି ସଂଗଠନ ନିଜକୁ ଲଜ୍ଜିତ କରିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.