ଟ୍ରମ୍ପଙ୍କ ଘରେ ଏଫବିଆଇ ରେଡ୍ : କହିଲେ- 'ଏହା ଦେଶ ପାଇଁ କଳାଦିନ'

Published By : Prameya-News7 Bureau | August 09, 2022 IST

ନୂଆଦିଲ୍ଲୀ, ୦୯|୦୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ବାସଭବନରେ ଚଢଉ । ଏଫବିଆଇ ଟ୍ରମ୍ପଙ୍କ ବାସଭବନରେ ଚଢଉ କରିଛି । ଏନେଇ ଟ୍ରମ୍ପ ନିଜେ ବୟାନ ଜାରି କରି ସୂଚନା ଦେଇଛନ୍ତି ।

ଟ୍ରମ୍ପ କହିଛନ୍ତି ଯେ, ପାମ୍ ବିଚରେ ଥିବା ଲୋକଙ୍କ ଉପରେ ଏଫବିଆଇ ରେଡ୍ କରିଛି । ସରକାରୀ କାଗଜପତ୍ର ସନ୍ଧାନ ପାଇଁ ଏପରି ରେଡ୍ ହୋଇଛି । ଘରକୁ ସିଜ୍ କରାଯାଇଛି । ଏସବୁ କାଗଜପତ୍ର ଟ୍ରମ୍ପ୍ ହ୍ୱାଇଟ୍ ହାଉସ ଛାଡିବା ପରେ ଫ୍ଲୋରିଡା ଅଣାଯାଇଥିଲା ବୋଲି ଅଭିଯୋଗ ହେଉଛି ।  

ଏହି ଚଢଉ ସମୟରେ ଟ୍ରମ୍ପ ଫ୍ଲୋରିଡା ଉପସ୍ଥିତ ନଥିଲେ । ଘଟଣାକୁ ନେଇ ଟ୍ରମ୍ପ୍ ଆହୁରି କହିଛନ୍ତି ଯେ, ଏହା ଦେଶ ପାଇଁ କଳା ଦିବସ । ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଏପରି କେବେ ହୋଇନଥିଲା । ତଦନ୍ତକାରୀ ସଂସ୍ଥା ସହ ସହଯୋଗ ସତ୍ତ୍ୱେ ଏପରି କରାଯାଉଛି । ଏହା ସରକାରୀ କଳର ଅପବ୍ୟବହାର ଅଟେ । କଠୋରପନ୍ଥୀଙ୍କ ଆକ୍ରମଣ ସହ ଏହା ସମାନ । କିଛି ଜଣ ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଲଢିବା ପାଇଁ ଚାହୁଁ ନଥିବା ସେ କହିଛନ୍ତି ।

ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସୋମବାର ସକାଳେ ଏହି ଚଢଉ ହୋଇଥିଲା । ଅଧିକାରୀ ଟ୍ରମ୍ପଙ୍କ ବାସଭବନ ସହ କାର୍ଯ୍ୟାଳୟରେ ଚଢଉ କରିଥିଲେ । ତେବେ ଏହାକୁ ନେଇ ହ୍ୱାଇଟ୍ ହାଉସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

ୟୁଏସ ନାୟିକ ବିଭାଗ ଟ୍ରମ୍ପଙ୍କ ବିରୋଧରେ ଦୁଇଟି ମାମଲାର ତଦନ୍ତ କରୁଛି । ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଅନିୟମିତତା ଓ କାଗଜପତ୍ର ହଜିଯିବା ମାମଲାରେ ଟ୍ରମ୍ପଙ୍କ ଉପରେ ଅଧିକାରୀଙ୍କ ଖଣ୍ଡା ଝୁଲୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.